ନୂଆଦିଲ୍ଲୀ, ୨୫/୨ : ଗୁରୁବାର ଜିମ୍ବାଓ୍ବେ ବିପକ୍ଷରେ ସୁପର-୮ର ଦ୍ବିତୀୟ ମୁକାବିଲା ଖେଳିବ ଭାରତ । ଟି-୨୦ ବିଶ୍ବକପ ସୁପର-୮ର ପ୍ରଥମ ମ୍ୟାଚରେ ହାରିଛି ଭାରତ । ଦକ୍ଷିଣଆଫ୍ରିକାଠାରୁ ବଡ଼ ରନ୍ ବ୍ୟବଧାନରେ ପରାଜୟ ପରେ ଦଳର ସେମି ରାସ୍ତା ଏବେ କଷ୍ଟକର ହୋଇଛି। ତେବେ ଫିନିସରଭାବେ ଜଣାଶୁଣା ରିଙ୍କୁଙ୍କ ବାପା ଅସୁସ୍ଥ ଥିବାରୁ ସେ ଅଭ୍ୟାସ ଶିବିର ଛାଡ଼ି ଘରୁ ଫେରିଥିଲେ । ମାତ୍ର ବୁଧବାର ସଂନ୍ଧ୍ୟାରେ ପୁଣିଥରେ ଟିମ୍ ସହ ଯୋଗ ଦେବେ ବୋଲି ଖବର ଆସିଛି । ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ସେ ମଇଦାନକୁ ଓହ୍ଲାଇବେ ତ ? ଏମିତି ପ୍ରଶ୍ନ ଉଠିଥିବାବେଳେ ଏହା ଉପରେ ଜବାବ ରଖିଛନ୍ତି ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସିତାଂଶୁ ।
ସେ କହିଛନ୍ତି କି, ଟିମ୍ ମ୍ୟାନେଜମେଣ୍ଟ ଆଶା କରୁଛି କି, ରିଙ୍କୁ ଖୁବଶୀଘ୍ର ଅଭ୍ୟାସ କରନ୍ତୁ ଏବଂ ଖେଳ ଉପରେ ଫୋକସ କରନ୍ତୁ । ଅନ୍ତିମ ଓଭର ସମୟରେ ବଡ଼ ବଡ଼ ସଟ୍ ଖେଳିବାର ସାମଥ୍ୟ ରଖିଛନ୍ତି । ଏଣୁ ସେ ଖୁବଶୀଘ୍ର ଦଳରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ରିଙ୍କୁ ସିଂହ ଚଳିତ ଟି-୨୦ ବିଶ୍ବକପରେ ବଡ଼ ପାଳି ଖେଳିପାରିନାହାନ୍ତି । ସେ ୫ ମ୍ୟାଚରେ ମାତ୍ର ୨୪ ରନ୍ କରିଛନ୍ତି । ମାତ୍ର ସେ ଟି-୨୦ରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ । ଆଗାମୀ ମ୍ୟାଚରେ ସେ ବଡ଼ ପାଳି ଖେଳିବା ସହ ଦଳକୁ ଜଣେ ବିଜୟୀ କରାଇବେ ବୋଲି ମଧ୍ୟ ଆଶା ରହିଛି ।
କହି ରଖୁଛୁ କି,ଜିମ୍ବାଓ୍ବେ ବିପକ୍ଷରେ ମ୍ୟାଚ୍ ପୂର୍ବରୁରିଙ୍କୁ ସୋମବାର ଭାରତୀୟ ଦଳ ସହ ଚେନ୍ନାଇ ପହଞ୍ଚିଥିଲେ।ତେବେ ବାପାଙ୍କ ଅସୁସ୍ଥତା ଖବର ପାଇବା ପରେ ମଙ୍ଗଳବାର ସକାଳେ ଚେନ୍ନାଇରୁ ବାହାରିଥିଲେ। ତେଣୁ ରିଙ୍କୁଙ୍କ ଫେବୃଆରୀ ୨୬ରେ ଜିମ୍ବାଓ୍ଵେ ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା ନାହିଁ। ଏହି ଘଟଣା କାରଣରୁ ରିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦଳର ଅଭ୍ୟାସ ସମୟରେ ଯୋଗ ଦେଇପାରିନଥିଲେ ।ତାଙ୍କ ବାପାଙ୍କ କ୍ୟାନସର ଫୋର୍ଥ ଷ୍ଟେଜରେ ରହିଛି । ସେ ଭେଣ୍ଟିଲେଟରରେ ରହିଥିଲେ । ଏଣୁ ରିଙ୍କୁ ଅଭ୍ୟାସ ଛାଡ଼ି ଘରକୁ ଫେରିଥିଲେ ।
ଏହାସହ ପଢ଼ନ୍ତୁ : କେମିତି ହେଲା ପ୍ରେମ, ମଲାଇକାଙ୍କ ନୂଆ ବୟଫ୍ରେଣ୍ଡ ହର୍ଷ ମେହେଟ୍ଟା କିଏ ?