ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ତାଳସାରୀ ମିନତୀ ହୋଟେଲରେ ଚଢାଉ ଘଟଣା : ସୁଧାର ଗୃହକୁ ଗଲେ ୧୦ ଦେହଜୀବୀ, ଜେଲ ଗଲେ ୯ କର୍ମଚାରୀ ଓ ୩ ଗ୍ରାହକ

Published By : Rasmita Pradhan | June 6, 2025 2:00 PM

ଚନ୍ଦନେଶ୍ଵର, ୬/୬ : ବାଲେଶ୍ଵର ଜିଲ୍ଲା ଭୋଗରାଇ ତାଳସାରୀ ବେଳାଭୂମିରେ ଥିବା ମିନତୀ ହୋଟେଲରେ ଗୁରୁବାର ଚଢାଉ ହୋଇଥିଲା। ଚଢାଉ ବେଳେ ପୁଲିସ ୧୯ ଜଣଙ୍କୁ ଗିରଫ କରି ଆଜି ଭୋଗରାଇ ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରିଥିଲା। ସେମାନଙ୍କ ମଧ୍ୟରୁ ୧୦ ଦେହଜୀବୀଙ୍କୁ ବାଲେଶ୍ଵର ସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬ ହୋଟେଲ କର୍ମଚାରୀ ଓ ୩ ଗ୍ରାହକଙ୍କୁ ଜେଲ୍ ପଠାଯାଇଛି। ସେପଟେ ହୋଟେଲରେ ପୁଲିସ ତାଲା ପକାଇଦେଇଛି। 

ତାଳସାରୀ ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପାର୍ଶ୍ଵଶାଳା ଓ ୧ ୦ରୁ ଉଦ୍ଧ୍ଵ ହୋଟେଲ ଗଢି ଉଠିଛି। ଏଠାରେ ପଶ୍ଚିମବଙ୍ଗ ଦୀଘା ଥାନା ଅଞ୍ଚଳର ବାସୁଦେବ ପାଳ ନାମକ ଜଣେ ବ୍ୟକ୍ତି ଏକ ହୋଟେଲ ନିର୍ମାଣ କରିଛନ୍ତି। ଏହି ହୋଟେଲକୁ ନେଇ ବାରମ୍ବାର ଅଭିଯୋଗ ଆସୁଛି। ବର୍ଷେ ତଳେ ଉକ୍ତ ହୋଟେଲର କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳରୁ ଛେଳି ଚୋରି କରି ମଟନ୍ ଖାଇଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ହୋଟେଲକୁ ଆସୁଥିବା ପର୍ଯ୍ୟଟକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଆସୁଥିଲା। ପୁଣି ଏବେ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଅଭିଯୋଗ ଆସିବା ପରେ ପୁଲିସ ଗୁରୁବାର ଚଢାଉ କରିଥିଲା। ଚଢାଉ ବେଳେ ହୋଟେଲରୁ ୧୦ ଜଣ ଦେହଜୀବୀ ଉଦ୍ଧାର ହୋଇଥିଲେ। ଏହାସହ ୬ ହୋଟେଲ କର୍ମଚାରୀ ଓ ୩ ଗ୍ରାହକଙ୍କୁ ପୁଲିସ ଗିରଫ କରିଥିଲା। ଆଜି ୧୯ ଜଣଙ୍କୁ ଭୋଗରାଇ ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଦେହଜୀବୀଙ୍କୁ ବାଲେଶ୍ଵର ସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬ ହୋଟେଲ କର୍ମଚାରୀ ଓ ୩ ଗ୍ରାହକଙ୍କୁ ଜେଲ୍ ପଠାଯାଇଛି। ଉକ୍ତ ହୋଟେଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.