ନୂଆଦିଲ୍ଲୀ,୦୨/୦୩; ପାକିସ୍ତାନର ନୁର ଖାନ ଏୟାରବେସ୍ ଛାରଖାର ହୋଇଛି । ଆଫଗାନିସ୍ତାନ କରିଛି ଏୟାରଷ୍ଟ୍ରାଇକ । ପାକିସ୍ତାନ ସହିତ ଚାଲିଥିବା ବିବାଦ ମଧ୍ୟରେ ତାଲିବାନ ରାୱଲପିଣ୍ଡିର ନୁର ଖାନ ଏୟାରବେସକୁ ଟାର୍ଗେଟ କରିଥିବା ଦାବି କରିଛି । ତୀବ୍ର ହେଉଛି ପାକିସ୍ତାନ-ଆଫଗାନିସ୍ତାନ ଲଢେଇ । ପାକିସ୍ତାନ ସେନାର ଏକାଧିକ ଠିକଣା ଉପରେ ଆଫଗାନିସ୍ତାନ ହମଲା କରିଛି । ରାୱଲପିଣ୍ଡିର ନୁର୍ ଖାନ ଏୟାର ବେସ୍ ଉପରେ ତାଲିବାନ ଡ୍ରୋନ୍ ମାଡ କରିଛି । ଆକ୍ରମଣରେ ନୁର୍ ଖାନ ଏୟାରବେସ୍ ଛାରଖାର ହୋଇଛି । ଅପରେସନ୍ ସିନ୍ଦୂରରେ ଭାରତ ନୁର୍ ଖାନ ଏୟାରବେସକୁ ଧ୍ୱଂସ କରିଥିଲା । ଭାରତର ପ୍ରଚଣ୍ଡ ପ୍ରହାର ପରେ ତାଲିବାନର ଏହି ବଡ ହମଲା କରିଛି । କ୍ବେଟାରେ ଥିବା ସେନା ଡିଭିଜନର ମୁଖ୍ୟାଳୟ ଉପରେ ବି ହମ୍‌ଲା ହୋଇଛି । ଖାଇବର ପଖତୁନଖ୍ବାରେ ବି ସେନା କ୍ୟାମ୍ପ ଉପରେ ବୋମାମାଡ଼ କରିଛି ତାଲିବାନ । ଭାରତ ଦେଇଥିବା କ୍ଷତ ଶୁଖିନାହିଁ ଏବେ ଆଫଗାନିସ୍ତାନ ପ୍ରହାରରେ ଦୋହଲିଯାଇଛି ପାକିସ୍ତାନ ।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ବାୟୁସେନା ପାକିସ୍ତାନ ସୈନ୍ୟ ଠିକଣା ବିରୋଧରେ ଅଭିଯାନ କରିଛି । ଯେଉଁଥିରେ ରାୱଲପିଣ୍ଡର ନୁର ଖାନ ଏୟାରବେସ୍, କ୍ବେଟାରେ ୧୨ ଡିଭିଜନ ମୁଖ୍ୟାଳୟ, ଖାଇବର ପଖତୁନଖ୍ବାର ସେନା କ୍ୟାମ୍ପ ଏବଂ ଅନେକ ବଡ଼ ଗୁରୁତ୍ୱପୂର୍ଣ୍ଣ ପାକିସ୍ତାନୀ ସୈନ୍ୟ ଠିକଣା ଏବଂ କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରାଯାଇଛି । ଦିନକୁ ଦିନ ତୀବ୍ର ହେଉଛି ପାକିସ୍ତାନ-ଆଫଗାନିସ୍ତାନ ବିବାଦ । ଖବର ଆସୁଛି କି ଗତବର୍ଷ ଭାରତ ରାୱଲପିଣ୍ଡରେ ଥିବା ଯେଉଁ ନୁର ଖାନ ଏୟାରବେସକୁ ଛାରଖାର କରିଥିଲା ଏବେ ତାଲିବାନ ସେଠାରେ ଏୟାର ଷ୍ଟ୍ରାଇକ କରିଛି । ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା । ଏଥିରେ ଏକାଧିକ ଆତଙ୍କୀ ଠିକଣା ଧ୍ୱଂସ ହୋଇଥିଲା ।

​​​​​​​ 

ଏହା ବି ପଢନ୍ତୁ...ମଧ୍ୟପ୍ରାଚ୍ୟ ମହାଯୁଦ୍ଧକୁ ନେଇ ନେତନ୍ୟାହୁଙ୍କ ସହ କଥା ହେଲେ ମୋଦି, କହିଲେ 'ଶତ୍ରୁତାର ଶୀଘ୍ର ଅନ୍ତ ହେବା ଆବଶ୍ୟକ '   

ବଡ଼ ବିପର୍ଯ୍ୟୟ ଦାବି- ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ଆକ୍ରମଣର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଲକ୍ଷ୍ୟସ୍ଥଳରେ ଗୁରୁତ୍ୱପୂର୍ଣ୍ଣ କ୍ଷୟକ୍ଷତି ହୋଇଛି । କାବୁଲ, ବାଗ୍ରାମକୁ ଟାର୍ଗେଟ କରି ପାକିସ୍ତାନୀ ସେନା ଦ୍ୱାରା ସମ୍ପ୍ରତି ବିମାନ ଆକ୍ରମଣର ଜବାବରେ ଏହି ଅପରେସନ କରାଯାଇଛି । ଯଦି ପାକିସ୍ତାନ ପୁଣି ଆମ ବାୟୁସେନା ଉଲ୍ଲଂଘନ କରେ କିମ୍ବା କୌଣସି ଆକ୍ରମଣ କରେ ତାକୁ ତୁରନ୍ତ, ଦୃଢ ଏବଂ ଉପଯୁକ୍ତ ଜବାବ ଦିଆଯିବ । ନୁର୍ ଖାନ ଏୟାରବେସ୍ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଘାଟି ମଧ୍ୟରୁ ଗୋଟିଏ । ଏହା ରାଜଧାନୀ ଇସାଲାମାନବାଦରୁ ପ୍ରାୟ ୨୫ କିମି ଦୂରରେ ଅବସ୍ଥିତ । ଅପରେସନ ସିନ୍ଦୂର ଉପରେ ଭାରକ ଏହାକୁ ଟାର୍ଗେଟ କରିଥିଲା । ହେଲେ ପାକିସ୍ତାନ ସରକାର ଏହାକୁ ଅସ୍ୱୀକାର କରିଥିଲେ । ହେଲେ ପରେ ଦେଖବାକୁ ମିଳିଥିବା ନୁର୍ ଖାନ୍ ଏୟାରବେସକୁ ସଜାଡୁଥିଲା ପାକିସ୍ତାନ ଏବେ ପୁଣି ତାଲିବାନ ସେଠି ଗାତ ଖୋଳିଛି ।