ନୂଆଦିଲ୍ଲୀ,୦୨/୦୩; ମଧ୍ୟପ୍ରାଚ୍ୟ ଏସିଆ ଏକ ଭୟଙ୍କର ଯୁଦ୍ଧର ନିଆଁରେ ବୁଡ଼ି ରହିଛି । ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ରମଣ କରୁଛନ୍ତି, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ସମେତ ବହୁ ଶୀର୍ଷ ନେତାଙ୍କ ମୃତ୍ୟୁ ଘଟିଛି । ବହୁ ସଂଖ୍ୟକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ଇରାନ ଇସ୍ରାଏଲ, ୟୁଏଇ, ବାହାରିନ, କତାର ଏବଂ କୁୱେତ ସମେତ ଅନେକ ମଧ୍ୟପ୍ରାଚ୍ୟ ଦେଶ ଉପରେ ବଡ଼ ଆକ୍ରମଣ କରି ପ୍ରତିଶୋଧ ନେଇଛି । ଏହି ଅଞ୍ଚଳରେ ଏହି ଭୟଙ୍କର ଯୁଦ୍ଧ ମଧ୍ୟରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି । ଏହା ସହିତ ୟୁଏଇ ରାଷ୍ଟ୍ରପତିଙ୍କ ସହ ବି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ ? ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଫୋନ୍ ଯୋଗେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି, "ମୁଁ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଛି । ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଭାରତର ଚିନ୍ତା ପ୍ରକାଶ କରିଛି ଏବଂ ନାଗରିକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଭାବରେ ଗୁରୁତ୍ୱାରୋପ କରିଛି। ଭାରତ ଶତ୍ରୁତା ଶୀଘ୍ର ବନ୍ଦ କରିବାର ଆବଶ୍ୟକତାକୁ ଦୋହରାଇଛି । "

ଏହା ବି ପଢନ୍ତୁ...ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ପିଏମ୍ ମୋଦି ଡକାଇଲେ ସିସିଏସ୍ ବୈଠକ,ଦିଲ୍ଲୀ ଫେରିବା ପରେ ହେବ ବଡ଼ ଆଲୋଚନା  ​​​​​​

ପ୍ରଧାନମନ୍ତ୍ରୀ ମୋଦି ଏବଂ ଟଇଋ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା-  ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସହ ମଧ୍ୟ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମୁଁ ୟୁଏଇ ରାଷ୍ଟ୍ରପତି, ମୋ ଭାଇ ​​​​​​​ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସହ କଥା ହୋଇଥିଲି । ୟୁଏଇ  ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ପ୍ରକାଶ କରିଛି । ଏହି କଷ୍ଟକର ସମୟରେ ଭାରତ ୟୁଏଇ ସହିତ ଏକତାରେ ଠିଆ ହୋଇଛି । ୟୁଏଇରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି । ଆମେ ଉତ୍ତେଜନା ହ୍ରାସ ଏବଂ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ସମର୍ଥନ କରୁଛୁ । "

​​​​​​​

 

CCS  ବୈଠକ କଲେ କଲେ ପ୍ରଧାନମନ୍ତ୍ରୀ- ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଘାତକ ଆକ୍ରମଣ ଏବଂ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଗମ୍ଭୀର ଉତ୍ତେଜନା ବଢି ବଢି ଚାଲିଛି । ଏ ନେଇ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ସୁରକ୍ଷା ପରିଷଦ (CCS)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ବୈଠକରେ ଇରାନ-ଇସ୍ରାଏଲ ଯୁଦ୍ଧ ବିଷୟରେ ଆଲୋଚନା କରାଯାଇଥିଲା । ରବିବାର ବିଳମ୍ବିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟିର ଏହି ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ ।