ନୂଆଦିଲ୍ଲୀ,୨୯/୪ : ତାମିଲନାଡ଼ୁ ବିଧାନସଭା ନିର୍ବାଚନ ୨୦୨୬ର ଏକଜିଟ୍ ପୋଲ୍ ଅର୍ଥାତ ବୁଥ୍ ବାହୁଡ଼ା ମତ ରାଜ୍ୟ ରାଜନୀତିରେ ଏକ ବଡ଼ ସଙ୍କେତ ଦେଉଛି। ଏକଜିଟ୍ ଏକ୍ସିସ୍ ମାଇ ଇଣ୍ଡିଆ ଅନୁସାରେ ଅଭିନେତା ବିଜୟଙ୍କ ପାର୍ଟି ଟିଭିକେ ଏଥର ସବୁଠାରୁ ବଡ଼ ପରିବର୍ତ୍ତନ କରିପାରେ ।
ତାମିଲନାଡ଼ୁ ବିଧାନସଭା ନିର୍ବାଚନକୁ ନେଇAxis My Indiaପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ପୂରା ଦେଶକୁ ଆଶ୍ଚର୍ଯ୍ୟ କରି ଦେଇଛି । ଏ ବୁଥ୍ ବାହୁଡ଼ା ମତ ବିଜୟଙ୍କ ପାର୍ଟି TVKକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖାଉଛି ।Axis My Indiaସର୍ଭେରେ ତାମିଲନାଡ଼ୁରେ TVK ସବୁଠାରୁ ଆଗରେ ୯୮-୧୨୦ ସିଟରେ ବିଜୟୀ ଦେଖାଉଛି । ଏହି ସର୍ଭେରେ ତାମିଲନାଡ଼ୁରେ ଡିଏମକେ +କୁ ୯୨-୧୧୦ସିଟ୍,AIADMK+କୁ ୨୨-୩୨ସିଟ୍ ମିଳିପାରେ ।
ମାଟ୍ରିକ୍ସ
ଡିଏମକେ + ୧୨୨-୧୩୨
ଏଆଇଏଡିଏମକେ + ୮୭-୧୦୦
ଟିଭିକେ ୧୦-୧୨
ଅନ୍ୟାନ୍ୟ ୧୦-୧୮
ଚାଣକ୍ୟ ଷ୍ଟାଟେଜିସ୍
ଡିଏମକେ + ୧୪୫-୧୬୦
ଏଆଇଏଡିଏମକେ + ୫୦-୬୫
ଟିଭିକେ ୦୦-୦୦
ଅନ୍ୟାନ୍ୟ ୧୮-୨୬
ପୋଲ୍ ଡାଏରୀ
ଡିଏମକେ + ୧୪୮-୧୬୮
ଏଆଇଏଡିଏମକେ + ୬୧-୮୧
ଟିଭିକେ ୦୦-୦୦
ଅନ୍ୟାନ୍ୟ ୦୧-୦୯
ପ୍ରଜା ପୋଲ୍
ଡିଏମକେ + ୧୪୮-୧୬୮
ଏଆଇଏଡିଏମକେ + ୬୧-୮୧
ଟିଭିକେ ୦୦-୦୦
ଅନ୍ୟାନ୍ୟ ୦୧-୦୯
ଏହାସହ ପଢ଼ନ୍ତୁ : EXIT POLL : ଆସାମରେ କିଏ କରିବ ସରକାର ?