ନୂଆଦିଲ୍ଲୀ: ଆସାମରେ କିଏ କରିବ ସରକାର ? କାହା ସପକ୍ଷରେ ପଡ଼ିଛି ଭୋଟ୍ । ଆସନ୍ତା ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ବୁଧବାର ଆସିଛି ବୁଥ୍ ବାହୁଡ଼ା ମତ । ଏଗଜିଟ ପୋଲକୁ ଯଦି ବିଶ୍ବାସ କରାଯାଏ ତାହେଲେ ପୁଣିଥରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ।

ଏକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟ 

ବିଜେପି: ୮୮ରୁ ୧୦୦ ଆସନ

କଂଗ୍ରେସ: ୨୪ରୁ ୩୬ ଆସନ

ମ୍ୟାଟ୍ରିଜ୍ ସର୍ଭେ ରିପୋର୍ଟ

ଏନଡିଏ : ୮୫ରୁ ୯୫

କଂଗ୍ରେସ: ୨୫ରୁ ୩୨

ଅନ୍ୟ : ୬ରୁ ୧୨

ପିପୁଲ୍ସ ପଲ୍ସ

ବିଜେପି: ୬୮ରୁ ୭୨ ଆସନ

କଂଗ୍ରେସ: ୨୨ରୁ ୨୬ ସିଟ୍

ଏଆଇୟୁଡିଏଫ: ୩ରୁ ୫ ସିଟ୍

ସୂଚନାଯୋଗ୍ୟ, ୨୦୨୧ ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ୭୫ ସିଟ୍ ସରକାର ଗଢିଥିଲା। କଂଗ୍ରେସ ୨୦୧୬ ଅପେକ୍ଷା ଭଲ ପ୍ରଦର୍ଶନ କରି ୫୦ ସିଟ୍ ଜିତିବାରେ ସଫଳ ହୋଇଥିଲା। ହେଲେ ଏଥର ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ଭଲ ପ୍ରଦର୍ଶନ କରୁଥିବା ପ୍ରତିଟି ଏକଜିଟ୍ ପୋଲରୁ ଆକଳନ କରାଯାଇଛି । ପୁଣିଥରେ ରାଜ୍ୟରେ ଏନଡିଏ ନେତୃତ୍ବାଧିନ ସରକାର ଆସିବାକୁ ଯାଉଥିବା ଏଗଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି ।