ନୂଆଦିଲ୍ଳୀ,୨୩।୨: ତାମିଲନାଡୁରେ ହୋଇଥିବା ସ୍ପେଶାଲ ଇନଟେନସିଭ ରିଭିଜନ୍ (ଏସ୍ଆଇଆର)କୁ ନେଇ ନିର୍ବାଚନ କମିଶନ୍ ସୋମବାର ଫାଇନାଲ ଭୋଟର ଲିଷ୍ଟ ଜାରି କରିଛନ୍ତି। ରାଜ୍ୟରେ ହୋଇଥିବା ଏସ୍ଆଇଆରରେ ବହୁ ପରିମାଣରେ ନାଁ କୁ ବାଦ୍ ଦିଆଯାଇଛି। ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକଙ୍କ ଅନୁଯାୟୀ, ଚୂଡ଼ାନ୍ତ ଭୋଟର ତାଲିକାରୁ ୭୪୦,୭୨୦୭ ନାଁ ବାଦ ଦିଆଯାଇଛି। ଏହି ବାଦ ପରେ, ତାମିଲନାଡୁରେ ମୋଟ ଭୋଟରଙ୍କ ସଂଖ୍ୟା ବର୍ତ୍ତମାନ ୫୬,୭୦୭,୩୮୦ ରହିଛି। ଏସଆଇର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ, ରାଜ୍ୟରେ ୬୪,୧୧୪,୫୮୭ ଜଣ ପଞ୍ଜୀକୃତ ଭୋଟର ଥିଲେ।
ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ,ହଟାଯାଇଥିବା ନାଁ ଭିତରେ ଅନେକ ମୃତ ମତଦାତାଙ୍କ ନାଁ ରହିଛି। ଏହାଛଡା ବହୁ କାରଣରୁ କିଛି ଲୋକଙ୍କ ନାଁ ମଧ୍ୟ ହଟାଇ ଦିଆଯାଇଛି। ସେମାନେ ମତଦାତା ଫର୍ମ-୬ ଜରିଆରେ ପୁଣିଥରେ ଆବେଦନ କରିପାରିବେ। ଏହାଛଡା ୧୨,୪୩,୩୬୩ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି। ଯାହାଙ୍କ ନାଁରେ ଭୁଲ ଥିଲା। ତାଙ୍କୁ ମଧ୍ୟ ଭୋଟର ଲିଷ୍ଟରୁ ନିଜର ନାଁ ରଖିବା ପାଇଁ ନିର୍ଦ୍ଧାରିତ ସମୟ ଭିତରେ ଡକ୍ୟୁମେଣ୍ଟ ଓ ସେଲଫ୍ ଡିକ୍ଲାରେସନ୍ ସାର୍ଟିଫିକେଟ୍ ଜମା କରିବାର ନିର୍ଦେଶ ଦିଆଯାଇଛି।
ନିର୍ବାଚନ କମିଶନଙ୍କ ସମୀକ୍ଷା ପ୍ରକ୍ରିୟା ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୩୦ ରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଅନୁସରଣ କରିଥିଲା। ଯାହାକି ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ,ଜାରି କରାଯାଇଥିଲା। ଏଥିରେ ଏହା ବାଧ୍ୟତାମୂଳକ ଥିଲା ଯେ, ବିବାଦ କିମ୍ବା ଅସଙ୍ଗତ ସୂଚନା ଯୋଗୁଁ କଟାଯାଇଥିବା ନାମଗୁଡ଼ିକୁ ସାର୍ବଜନୀନ ଭାବରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଏବଂ କଟାଯିବାର କାରଣ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହି ତାଲିକାଗୁଡ଼ିକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସାର୍ବଜନୀନ ସ୍ଥାନ, ବ୍ଲକ ଏବଂ ଉପବିଭାଗ କାର୍ଯ୍ୟାଳୟ ଏବଂ ସହରାଞ୍ଚଳର ୱାର୍ଡ କାର୍ଯ୍ୟାଳୟରେ ଜାରି କରାଯାଇଥିଲା।
Chennai | Chief Electoral Officer of Tamil Nadu, Archana Patnaik says, "As per the direction of the Election Commission of India, the Special Intensive Revision (SIR) of Electoral Rolls, 2026 was conducted in the State of Tamil Nadu from 27.10.2025 to 23.02.2026. As on… pic.twitter.com/YNODMY3bCB
— ANI (@ANI) February 23, 2026
ଏସଆଇର ପ୍ରକ୍ରିୟା ଅନୁଯାୟୀ, ପ୍ରଭାବିତ ବ୍ୟକ୍ତିମାନଙ୍କୁ ଆପତ୍ତି ଦାଖଲ କରିବାକୁ କିମ୍ବା ସ୍ପଷ୍ଟୀକରଣ ମାଗିବା ପାଇଁ ୧୦ ଦିନ ସମୟ ଦିଆଯାଇଛି। ଏସଆଇଆର ପୂର୍ବରୁ, ରାଜ୍ୟର ଭୋଟର ସଂଖ୍ୟା ୬.୪୧ କୋଟି ଥିଲା । ଏହି ସମୟରେ, ଏସଆଇଆର ଦ୍ୱିତୀୟ ପର୍ଯ୍ୟାୟରେ, ନଅଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରାୟ ୮% ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା। ଫେବୃଆରୀ ୧୪ ରେ ପ୍ରକାଶିତ ପୁଡୁଚେରୀର ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୯,୪୪,୨୧୧ ଭୋଟର ପଞ୍ଜୀକୃତ ହୋଇଥିଲେ।
ଆହୁରି ପଢନ୍ତୁ :ଭାରତୀୟ ବାୟୁସେନାକୁ ବଡ଼ କ୍ଷତି: ଆଉ ଏକ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ,ଏପର୍ଯ୍ୟନ୍ତ ୩ ଖରାପ