ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଡିଏମକେର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଏହି ଇସ୍ତାହାର ଅନୁସାରେ, ଏଥିରେ ବାର୍ଷିକ ଆୟ ବୃଦ୍ଧି କରାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ ମଧ୍ୟ ଦ୍ୱିଗୁଣିତ କରି ଦିଆ ଯାଇଛି। ପୂର୍ବରୁ ଏହି ପରିମାଣ ବାର୍ଷିକ ୫ ଲକ୍ଷ ଟଙ୍କା ଥିଲା ; ଏବେ ଏହା ୧୦ ଲକ୍ଷ ଟଙ୍କା ହେବ। ଡିଏମକେର ପ୍ରମୁଖ ଷ୍ଟାଲିନ୍ ଚେନ୍ନାଇରେ କହିଛନ୍ତି ଯେ, ମହିଳାମାନଙ୍କୁ ଦିଆଯାଉ ଥିବା ମାସିକ ଅନୁଦାନ ୨ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କର ଜଳଖିଆ ଯୋଜନାକୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ପ୍ରତିଶ୍ରୁତି ଦିଆ ଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ତାମିଲନାଡ଼ୁ ନିର୍ବାଚନରେ ଟିଭିକେ ବନାମ ଡିଏମକେ ବ୍ୟାଟଲ, ୨ଟି ଆସନରୁ ଲଢ଼ିବେ ଟିଭିକେ ମୁଖ୍ୟ ବିଜୟ

ଡିଏମକେ ମୁଖ୍ୟ ଷ୍ଟାଲିନ ନିର୍ବାଚବନୀ ଇସ୍ତାହାର ପ୍ରକାଶ କରି କହିଛନ୍ତି, ସରକାର ତାମିଲନାଡୁକୁ ବିକାଶ ମାମଲାରେ ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି। ଏହା ବ୍ୟତୀତ ଡିଏମକେ ମୁଖ୍ୟ ଷ୍ଟାଲିନ କହିଛନ୍ତି , ମୁକ୍ତ ବିଦ୍ୟୁତ୍ ଯୋଜନା ଅନୁସାରେ କୃଷକଙ୍କୁ ବିନା ମିଟରର ଆଧୁନିକ ପମ୍ପସେଟ୍ ଦିଆଯିବ, ୫ବର୍ଷରେ ୧୦ ଲକ୍ଷ ନୂଆ ଘର ତିଆରି କରାଯିବ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା ଅନୁଦାନର ମାସିକ ରାଶି ୧,୦୦୦ ଟଙ୍କାରୁ ବୃଦ୍ଧି କରି ୧,୫୦୦ ଟଙ୍କା କରାଯିବ।

 

ଚେନ୍ନାଇର ଏକ ପ୍ରେସ୍ କନଫରେନ୍ସରେ ସମ୍ୱୋଧନରେ ଷ୍ଟାଲିନ କହିଛନ୍ତି –ତାମିଲନାଡୁ ଦ୍ରାବିଡୀୟ ଶାସନ ମଡେଲର ଅନୁସାରେ ଏକ ପ୍ରମୁଖ ରାଜ୍ୟ ଭାବେ ବାହାରିଛି। ସେ ଆଗକୁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଗୁଡ଼ିକର ସଫଳତା ବିଷୟରେ ଦର୍ଶାଇ କହିଛନ୍ତି , ନିରନ୍ତର ଜନତାଙ୍କ ସମର୍ଥନର ସହ ୭ମ ଥର କ୍ଷମତାକୁ ଫେରିବେ।