ନୂଆଦିଲ୍ଲୀ,୨୯/୦୩; ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଟିଭିକେ । ସବୁଠୁ ବଡ଼ ଖବର କଥା ହେଉଛି ୨ଟି ଆସନରେ ଲଢିବେ ଟିଭିକେ ମୁଖ୍ୟ ବିଜୟ । ତ୍ରିଚି ଇଷ୍ଟ ଏବଂ ପେମ୍ବୁରରୁ ପ୍ରାର୍ଥୀ ହେବେ ଅଭିନେତାରୁ ରାଜନେତା ହୋଇଥିବା ବିଜୟ । ଦୁଇଟି ଆସନରେ ସି. ଜୋସେଫ ବିଜୟ ଭାବରେ ପଞ୍ଜୀକୃତ । ନିର୍ବାଚନ ମୈଦାନରେ ବିଜୟଙ୍କର ଏହା ସିଧାସଳଖ ଏଣ୍ଟ୍ରୀ । ପେମ୍ବୁରରୁ ଡିଏମକେ ପ୍ରାର୍ଥୀ ବିଧାୟକ ଆରଡି ଶେଖରଙ୍କ ବିରୋଧ ଲଢିବେ ।

ଦଳର ସାଧାରଣ ସମ୍ପାଦକ ଏନ ଆନନ୍ଦ ଟି. ନଗରରୁ, କୋଷାଧ୍ୟକ୍ଷ ଭେଙ୍କଟ ରମଣ ମାୟଲାପୁରରୁ ଏବଂ ଆଧବ ଅର୍ଜୁନ ବିଲ୍ଲିୱାକ୍କମରୁ ନିର୍ବାଚନ ଲଢିବେ । ସେମାନଙ୍କ ବ୍ୟତୀତ ଗୋବିଚେଟ୍ଟିପଲୟମରୁ କେ ସେଙ୍ଗୋଟ୍ଟୟାନ, ତିରୁଚେଗୋଡେରୁ କେଜି ଅରୁଣରାଜ ନିଜର ଭାଗ୍ୟ ପରୀକ୍ଷା କରିବେ । ସେହିପରି କୋଲାଥୁରରୁ ବିଏସ ବାବୁ ଏବଂ ଆରକେ ନଗରରୁ ମାରିୟା ୱିଲସଙ୍କୁ ଟିକେଟ୍‌ ଦିଆଯାଇଛି ।

ଯୁବାପିଢିଙ୍କୁ ବଡ଼ ପ୍ରତିଶ୍ରୁତି- ନିର୍ବାଚନରେ ଟିଭିକେ ଯୁବ ଭୋଟରଙ୍କୁ ଟାର୍ଗେଟ କରିଛି । ପ୍ରାର୍ଥୀ ଘୋଷଣା ସହି ବିଜୟ ଯୁବକମାନଙ୍କୁ ଅନେକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ଦଳ ପକ୍ଷରୁ ଘୋଷଣା ହୋଇଛି କି, ଟିଭିକେ ସରକାର କଲେ ୨୯ ବର୍ଷରୁ ଅଧିକ ବୟସର ଯୁବକ ଯେଉଁମାନେ ଚାକିରି ପାଇନାହାନ୍ତି ସେମାନଙ୍କୁ ପ୍ରତି ମାସରେ ୪ ହଜାର ମିଳିବ । ଡିପ୍ଲୋମା ଧାରକମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

 

ଏହା ବି ପଢନ୍ତୁ...IE100; ୨୦୨୬ରେ ସବୁଠୁ ଶକ୍ତିଶାଳୀ ଭାରତୀୟ କିଏ ? ନମ୍ବର ୱାନ୍ରେ ପ୍ରଧାନମନ୍ତ୍ରୀ  

​​​​​​​ବିଜୟଙ୍କ ଭବାପ୍ରବଣ ବାର୍ତ୍ତା- ପ୍ରାର୍ଥୀ ଘୋଷଣା ସମୟରେ ବିଜୟ ଭାବପ୍ରବଣ ହୋଇ ପଡିଥିଲେ । ସେ କହିଥିଲେ ଏପରି ଲୋକଙ୍କୁ ବାଛିଛନ୍ତି ଯେଉଁମାନେ ଜନସାଧାରଣଙ୍କ କଥା ଶୁଣିବେ । ସେମାନଙ୍କ ସମସ୍ୟାର ସମାଧାନ କରିବେ । ଯେପରି ସେ ଜନତାଙ୍କ ପାଇଁ ରାଜନୀତିରେ ପ୍ରବେଶ ପାଇଁ ଫିଲ୍ମ କ୍ୟାରିୟର ଛାଡିଥିଲେ, ସେହିପରି ଏହି ପ୍ରାର୍ଥୀମାନେ ମଧ୍ୟ ଜନସାଧାରଣଙ୍କ ପାଇ ସମର୍ପିତ । ତାଙ୍କୁ ସୁଯୋଗ ଦେବାକୁ ଲୋକଙ୍କୁ ନିବେଦନ କରି ବିଜୟ କହିଥିଲେ ଯେ, ପ୍ରାର୍ଥୀମାନେ ଭିନ୍ନ ନୁହଁନ୍ତି ଏବଂ ସେ ମଧ୍ୟ ଅଲଗା ନୁହଁନ୍ତି । ସମସ୍ତେ ସମାନ ଉଦ୍ଦେଶ୍ୟ ନେଇ ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ଟିଭିକେ ନିର୍ବାଚନକୁ ଗମ୍ଭୀରତାର ସହ ଲଢିବାକୁ ପ୍ରସ୍ତୁତ ।