ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟାଙ୍ଗୀ ସିଏଚ୍‌ସି ଡାକ୍ତରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ୮ ନର୍ସିଂ ଅଫିସରଙ୍କୁ ଯୌନ ନିର୍ଯାତନା

Published By : Prameya | November 14, 2024 9:31 AM

କଟକ, ୧୪/୧୧: ଡ୍ୟୁଟି ରୁମ୍‌କୁ ଏକୁଟିଆ ଡକାଉଥିଲେ । ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହ ଯୌନ ନିର୍ଯାତନା ଦେଉଥିଲେ । ରାତିରେ ନିରୋଳାରେ  ଆସିବାକୁ ବାଧ୍ୟ କରୁଥିଲେ । ବାହାରେ ଅଭିଯୋଗ କଲେ ସିଡିଏମ୍‌ଓଙ୍କୁ କହି ଚାକିରି ଖାଇଦେବେ ବୋଲି  ଧମକ ଦେଉଥିଲେ ଡାକ୍ତର ।  କଟକ ଜିଲ୍ଲା ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ର ଜଣେ ଡାକ୍ତରଙ୍କ  ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ନର୍ସିଂ ଅଫିସରମାନେ । ଜଣେ କି ଦୁଇ ଦୁଇ ଜଣ ନୁହଁ, ୮ ଜଣ  ନର୍ସିଂ ଅଫିସର୍‌ଙ୍କୁ ସଂପୃକ୍ତ ଡାକ୍ତର ବିଭିନ୍ନ ସମୟରେ  ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । 

ଆଶ୍ଚର୍ଯ୍ୟ କଥା ହେଉଛି ପୀଡ଼ିତାମାନେ ସରକାରୀ  ନିୟମ ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ  ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଏକ ମାସ  ବିତିଯାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ  କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ନିର୍ଯାତନା  ଅସହ୍ୟ ହେବାରୁ ନର୍ସିଂ ଅଫିସରମାନେ ଜିଲ୍ଲାପାଳଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାରେ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ତଲବ ହେବାରୁ  ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଏବେ ହଟଚମଟ ସୃଷ୍ଟି  ହୋଇଛି । କାରଣ ସିଡିଏମ୍‌ଓ କର୍ଯ୍ୟାଳୟ ପକ୍ଷରୁ  ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ଏକ ଗମିଟି ଗଠନ  ହୋଇଥିଲା । ହେଲେ କମିଟିର ତଦନ୍ତ ରିପୋର୍ଟ ଏବେ  ଫାଇଲରେ ନଥିବା ଜଣାପଡ଼ିଛି । ଫାଇଲ୍‌ରୁ ରିପୋର୍ଟ  ଗାଏବ୍‌ କିପରି ହେଲା ତାହା ଜାଣିବା ପାଇଁ ନୂତନ  ସିଡିଏମ୍‌ଓ ଏବେ ଖୋଳତାଡ଼ ଚଳାଇଥିବା କୁହାଯାଉଛି ।

 ଏବେ ପୀଡ଼ିତାମାନେ ଅଭିଯୋଗ କରିଛନ୍ତି କି, ତଦନ୍ତ  କମିଟିରେ ଭିନ୍ନ ଭିନ୍ନ ବର୍ଗରୁ ସଦସ୍ୟ ରଖିବା ବଦଳରେ  କେବଳ ଡାକ୍ତରମାନଙ୍କୁ ରଖାଯାଇଥିଲା । ଅନ୍ୟପକ୍ଷରେ  କମିଟି ଯାହା ବି ତଦନ୍ତ କରି ରିପୋର୍ଟ ଦେଇଥିଲେ ତାହା  ଫାଇଲ୍‌ରୁ ଗାଏବ ହୋଇଯାଇଛି । ଏଣୁ ତଦନ୍ତକୁ ନେଇ  ସନ୍ଦେହ ପ୍ରକାଶ ପାଇଛି । ତତ୍କାଳୀନ ସିଡିଏମ୍‌ଓଙ୍କ ବଦଳି  ପରେ ଫାଇଲ୍‌ରୁ ତଦନ୍ତ ରିପୋର୍ଟ ଗାଏବ୍‌ ହେବା ଘଟଣା  ରହସ୍ୟ ବଢ଼ାଇଛି । ଘଟଣାରେ ପ୍ରଶାସନିକ ସ୍ତରରେ ଏକ  ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରିବା ପାଇଁ  ନର୍ସିଂ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।  

ଘଟଣା ସମ୍ପର୍କରେ ସିଡିଏମ୍‌ଓ ଡା. ପ୍ରଶାନ୍ତ କୁମାର  ହୋତା କହିଛନ୍ତି, ମୁଁ ଦାୟିତ୍ୱ ନେବା ପୂର୍ବରୁ ପୂର୍ବତନ  ସିଡିଏମ୍‌ଓ ଏହାର ତଦନ୍ତ କରି ରିପୋର୍ଟ ଜନସ୍ୱାସ୍ଥ୍ୟ  ନିର୍ଦ୍ଦେଶକଙ୍କ ପାଖକୁ ପଠାଇଛନ୍ତି । ଘଟଣା ସମ୍ପର୍କରେ  ମୁଁ ଅଧିକ ଜାଣିନି । ବୁଝି କାର୍ଯ୍ୟାନୁଷ୍ଠାନ ନେବି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.