ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଇତିହାସ ରଚିଲେ ଫ୍ଲାଇଂ ଅଫିସର ତନୁଷ୍କା ସିଂହ, ଜାଗୁଆର ଫାଇଟର ସ୍କ୍ୱାଡ୍ରନ୍‌ରେ ପ୍ରଥମ ମହିଳା ପାଇଲଟ

Published By : Prameya | March 6, 2025 10:18 AM

ନୂଆଦିଲ୍ଲୀ ୦୬/୦୩: ଭାରତୀୟ ବାୟୁସେନାର ଇତିହାସରେ ଏକ ନୂଆ ଅଧ୍ୟାୟ ସଂଯୋଗ ହୋଇଛି । ଫ୍ଲାଇଂ ଅଫିସର ତନୁଷ୍କା ସିଂହ ଜାଗୁଆର ଫାଇଟର ଜେଟ୍‌ ସ୍କ୍ୱାଡ୍ରନ୍‌ରେ  ସ୍ଥାୟୀ ଭାବେ ନିଯୁକ୍ତି ପାଇବାରେ ପ୍ରଥମ ମହିଳା ପାଇଲଟ ହେବାର  ଗୌରବ ଅର୍ଜନ କରିଛନ୍ତି । ଏହା  କେବଳ ତାଙ୍କର ବ୍ୟକ୍ତିଗତ ଉପଲବ୍ଧି  ନୁହେଁ, ଭାରତୀୟ ବାୟୁସେନାରେ  ମହିଳାଙ୍କର ବଧିଷ୍ଣୁ ଭାଗିଦାରୀର ଏକ  ବଡ଼ ସଙ୍କେତ ମଧ୍ୟ ।

ତନୁଷ୍କାଙ୍କ ପରିବାର ଦେଶସେବା  ସହ ଜଡି଼ତ । ତାଙ୍କ ବାପା ଓ  ଜେଜେ ଭାରତୀୟ ସେନାରେ  କାର୍ଯ୍ୟ କରିସାରିଛନ୍ତି । ସେଥିଯୋଗୁ ପିଲାଦିନରୁ ହିଁ ତନୁଷ୍କାଙ୍କ ମନରେ  ଦେଶ ସେବା ଲାଗି ଆଗ୍ରହ ଥିଲା ।  ସେ ମୂଳତଃ ଉତ୍ତରପ୍ରଦେଶର  ବାସିନ୍ଦା ହୋଇଥିବାବେଳେ ୨୦୦୭ରୁ  ମାଙ୍ଗାଲରୁରେ ରହିଆସୁଛନ୍ତି । ତନୁଷ୍କା  ଡିପିଏସ୍‌ ଏମଆରପିଏଲ୍‌ ସ୍କୁଲରୁ  ସ୍କୁଲ ଶିକ୍ଷା ଶେଷ କରିବା ପରେ  ଶାରଦା ପିୟୁ କଲେଜରେ ପଢ଼ିଥିଲେ ।  

୨୦୨୨ରେ ମଣିପାଲ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ଟେକ୍ନୋଲୋଜିରୁ ଇଲେକ୍ଟ୍ରିକାଲ୍‌  ଓ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ  ବିଟେକ୍‌ ଡିଗ୍ରୀ ହାସଲ କରିଥିଲେ ସେ ।  ପ୍ରାଥମିକ ଭାବେ ଭାରତୀୟ ସେନାରେ  ଯୋଗ ଦେବାକୁ ତନୁଷ୍କାଙ୍କର  ଇଚ୍ଛା ଥିଲା । କିନ୍ତୁ ବାୟୁସେନାରେ  ମହିଳାମାନଙ୍କୁ ମିଳୁଥିବା ସୁଯୋଗ  ସଂପର୍କରେ ଜାଣିବା ପରେ ସେ  ନିଜର ଲକ୍ଷ୍ୟ ବଦଳାଇ ଦେଇଥିଲେ ।  ତାମିଲନାଡୁର ଡୁଣ୍ଡିଗଲସ୍ଥିତ  ଏଫାରଫୋର୍ସ ଏକାଡେମୀରୁ କଡ଼ା  ତାଲିମ ନେଇଥିଲେ । ଏହାପରେ  ସେ ହକ୍‌ ଏମ୍‌କେ ୧୩୨ ବିମାନ  ଚଳାଇବାକୁ ସ୍ୱତନ୍ତ୍ର ତାଲିମ ଗ୍ରହଣ  କରିଥିଲେ ।

ଯଦିଓ କିଛି ମହିଳା  ପାଇଲଟ ପ୍ରଶିକ୍ଷଣ ସମୟରେ  ଜାଗୁଆର ଫାଇଟର ଜେଟ୍‌ ଉଡ଼ାଇଛନ୍ତି,  ତେବେ ଫ୍ଲାଇଂ ଅଫିସର ତନୁଷ୍କାଙ୍କୁ  ସ୍ଥାୟୀ ଭାବେ ଏହି ସ୍କ୍ୱାଡ୍ରନ୍‌ରେ  ସାମିଲ କରାଯାଇଛି । ଖୁବ୍‌ ଶୀଘ୍ର  ନିଜର ସକ୍ରିୟ ଡ୍ୟୁଟିରେ ଯୋଗ  ଦେବେ ସେ । ତନୁଷ୍କାଙ୍କର ଏହି  ଉପଲବ୍ଧି ଆକାଶକୁ ଛୁଇଁବାକୁ  ସ୍ୱପ୍ନ ଦେଖୁଥିବା ଅନେକ  ଯୁବକଯୁବତୀଙ୍କ ଲାଗି ଏକ  ପ୍ରେରଣା ବୋଲି ତାଙ୍କ  ଜେଜେବାପା କ୍ୟାପଟେନ୍‌  ଡି.ବି. ସିଂହ ପ୍ରକାଶ  କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.