ନୂଆଦିଲ୍ଲୀ,୧୮/୧୧: ଟାଟା ଗ୍ରୁପର ଟାଟା ଇଲେକଟ୍ରୋନିକ୍ସ ତାଇୱାନ ଭିତ୍ତିକ କଣ୍ଟ୍ରାକ୍ଟ ମାନୁଫାକ୍‌ଚର ପେଗାଟ୍ରନର ଏକମାତ୍ର  ଆଇଫୋନ ପ୍ଲାଣ୍ଟର ସିଂହଭାଗ ଅଂଶଧନ କ୍ରୟ  କରିବା ନେଇ ଯୋଜନା କରୁଛି । ପେଗାଟ୍ରନର  ଏହି ପ୍ଲାଣ୍ଟ ତାମିଲନାଡୁରେ ରହିଛି । ଭାରତରେ  ଏକ ନୂଆ ଯୌଥ ଉଦ୍ୟୋଗ ହେବାକୁ ଯାଉଛି ।  ଯାହା ଆପଲକୁ ସ୍ମାର୍ଟଫୋନ ଯୋଗାଣ କ୍ଷେତ୍ରରେ ଟାଟାର ସ୍ଥିତିକୁ ଆହୁରି ମଜବୁତ କରିବ ।  

ରୟଟର୍ସର ଏକ ରିପୋର୍ଟ ମୁତାବକ, ଏହି  ଡିଲ୍‌ ନେଇ ଗତ ସପ୍ତାହରେ ଉଭୟ କମ୍ପାନି  ଅଗ୍ରସର ହୋଇଛନ୍ତି । ଏହି ଆଲୋଚନା ପ୍ରାୟ ଚୂଡାନ୍ତ ସ୍ଥିତିରେ ରହିଛି । ଯୌଥ ଉଦ୍ୟୋଗରେ  ଟାଟାର ୬୦% ଅଂଶଧନ ରହିବ । କମ୍ପାନିର ଦୈନନ୍ଦିନ ପରିଚାଳନା ଦେଖିବ କମ୍ପାନି । ପେଗାଟ୍ରନ ନିକଟରେ ୪୦% ଅଂଶଧନ  ରହିବାକୁ ଥିବା ବେଳେ ଏହା ଟେକ୍ନିକାଲ ସପୋର୍ଟ ଦେବ । ଡିଲର ଭାଲ୍ୟୁ ନେଇ ଏବେ  କିଛି ସ୍ପଷ୍ଟ ସୂଚନା ମିଳିପାରିନି । 

ଏହା ପୂର୍ବରୁ  ମଧ୍ୟ ଏହି ଡିଲ୍‌ ନେଇ ରୟଟର୍ସ ଏକ ରିପୋର୍ଟ  ପ୍ରକାଶ କରିଥିଲା । ଏଭଳି ସ୍ଥିତିରେ ଟାଟା  ଗ୍ରୁପ ଆଇଫୋନ ମାନୁଫାକଚରିଂ ଉପରେ  ଏବେ ବିଶେଷ ଭାବେ ଧ୍ୟାନ ଦେଉଛି । ଯୌଥ ଉଦ୍ୟୋଗ ନେଇ ଟାଟା କମ୍ୟୁନିକେଶନ  ଏବଂ ପେଗାଟ୍ରନ ଶୀଘ୍ର ପ୍ରତିସ୍ପର୍ଦ୍ଧା ଆୟୋଗ  (ସିସିଆଇ)ଙ୍କ ମଞୁରୀ ନେବେ ବୋଲି କୁହାଯାଉଛି ।