ନୂଆଦିଲ୍ଲୀ,୧୫।୩: ଇରାନର ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍‌ର ସଚିବ ଅଲ୍ଲୀ ଲାରିଜାନି ଦାବି କରିଛନ୍ତି ଯେ,ଆମେରିକାରେ ୯/୧୧ ଭଳି ଆକ୍ରମଣର ଷଡଯନ୍ତ୍ର କରାଯାଇପାରେ। ଏହାର ଅଭିଯୋଗ ଇରାନ ଉପରେ ଲଗାଯାଇପାରେ। ସେ କହିଥିଲେ,ଜେଫ୍ରି ଏପଷ୍ଟିନ୍ ନେଟଓ୍ବର୍କ ସମ୍ପର୍କିତ ଲୋକ ଏଥିରେ ସାମିଲ ହୋଇପାରେ। ତେବେ ଏହି ଦାବିର କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। ଏହାକୁ ସୋସିଆଲ ମିଡିଆ ଥିଓରି କୁହାଯାଉଛି।

ଲାରିଜାନି ଆମେରିକାକୁ ଚେତାବନୀ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି। ମୋତେ ସୂଚନା ମିଳିଥିଲା ଯେ,ଜେଫରି ଏପଷ୍ଟିନ୍‌ ନେଟଓ୍ବର୍କ ସମ୍ପର୍କିତ କିଛି ଲୋକ ଏଭଳି ଷଡଯନ୍ତ୍ର କରିପାରନ୍ତି। ତାଙ୍କର କହିବା ଅନୁସାରେ, ଏହି ଯୋଜନା ୯/୧୧ ଭଳି ଘଟଣା କରିବା ଓ ପରେ ଏଥିପାଇଁ ଇରାନ ଉପରେ ଦୋଷ ଲଦି ଦିଆଯାଇପାରେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଇରାନ ଏପରି ଯେକୌଣସି ଆତଙ୍କବାଦୀ ଯୋଜନାକୁ ବିରୋଧ କରେ ଏବଂ ଇରାନ ଆମେରିକୀୟ ଲୋକଙ୍କ ସହିତ କୌଣସି ଯୁଦ୍ଧରେ ନାହିଁ।

ଏହି ବୟାନ ଏଭଳି ସମୟରେ ଆସିଛି,ଯେତେବେଳେ କି ସୋସିଆଲ ମିଡିଆରେ ୯/୧୧ ଭଳି ଅନ୍ୟ ଆକ୍ରମଣର ଷଡଯନ୍ତ୍ର ସମ୍ପର୍କିତ ବହୁ ଗୁଜବ ବ୍ୟାପିବାରେ ଲାଗିଛି। ଏହି ଆକ୍ରମଣ ଦୁନିଆର ସବୁଠାରୁ ବଡ଼ ଆତଙ୍କୀ ହମଲା ଭିତରୁ ଗୋଟିଏ ଥିଲା। ୧୧ ସେପ୍ଟେମ୍ବର ୨୦୦୧ ରେ ଆତଙ୍କବାଦୀମାନେ ଚାରୋଟି ଯାତ୍ରୀ ବିମାନକୁ ହାଇଜ୍ୟାକ୍ କରିନେଇଥିଲେ। ଦୁଇଟି ବିମାନ ଓ୍ବାର୍ଲ୍ଡ ଟ୍ରେଡ୍ ସେଣ୍ଟରର ବିଲ୍ଡିଂରେ ମାଡ଼ କରିଥିଲେ ଓ ଏକ ବିମାନ ପେଣ୍ଟାଗନ୍ ସହ ମାଡ଼ ହୋଇଥିଲା। ଏହି ଆକ୍ରମଣରେ ପ୍ରାୟ ୩୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।

ସୋସିଆଲ ମିଡିଆରେ ପ୍ରସାରିତ ଏକ ଥିଓରିରେ କୁହାଯାଇଛି ଯେ, ଆମେରିକାର କାଲିଫର୍ନିଆରେ ୯/୧୧ ଭଳି ଦ୍ୱିତୀୟ ଆକ୍ରମଣ ହୋଇପାରେ। ଦାବି ଅନୁଯାୟୀ ଲସ୍ ଆଞ୍ଜେଲସରେ ଏକ ବଡ ବିଲ୍ଡିଂ ରହିଛି, ୟୁଏସ୍ ବ୍ୟାଙ୍କ ଟାୱାରକୁ ଟାର୍ଗେଟ କରାଯାଇପାରେ। କିଛି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ବିଲ୍ଡିଂ ମାଲିକ ଲାରି ସିଲଭରଷ୍ଟାଇନ୍ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇପାରନ୍ତି। ଏହି ଦାବି ପଛର କାରଣ ହେଉଛି ୯/୧୧ ଆକ୍ରମଣ ପରେ ସେ ପ୍ରାୟ ୪.୫ ବିଲିୟନ ଡଲାର ମିଳିଥିଲା। ତେବେ ଏହି ଦାବିର ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ମିଳିନାହିଁ। ବର୍ତ୍ତମାନ ଏହାକୁ ସୋସିଆଲ ମିଡିଆରେ ପ୍ରସାରିତ ଷଡ଼ଯନ୍ତ୍ର ଥିଓରି ଭାବରେ ବିବେଚନା କରାଯାଉଛି। ଅନ୍ୟପକ୍ଷେ ଇରାନୀ ଅଧିକାରୀକହିଛନ୍ତି, ଯଦି ଆମେରିକାରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୁଏ ଏବଂ ଇରାନକୁ ଏଥିପାଇଁ ଦାୟୀ କରାଯାଏ, ତେବେ ଏହା ଏକ ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇପାରେ।

ଆହୁରି ପଢନ୍ତୁ: ଇରାନ ଚୁକ୍ତି କରିବାକୁ ଚାହୁଁଛି , କିନ୍ତୁ ଟ୍ରମ୍ପ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ...