ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦେଶର ଏକାଧିକ ରାଜ୍ୟରେ ରେକର୍ଡ ଭାଙ୍ଗିବ ତାପମାତ୍ରା, ଏହି ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା...

Published By : Swapna Ray | April 7, 2025 5:42 PM

ନୂଆଦିଲ୍ଲୀ, ୭।୩୮: ସତର୍କ କରାଇଲା ପାଣିପାଗ ବିଭାଗ । ଦେଶର ଏକାଧିକ ରାଜ୍ୟରେ ରେକର୍ଡ ଭାଙ୍ଗିବ ତାପମାତ୍ରା । କେଉଁ କେଉଁ ରାଜ୍ୟକୁ ରହିଛି ସତର୍କ ସୂଚନା ଆସନ୍ତୁ ଜାଣିବା । ଚଳିତ ମାସ ଆରମ୍ଭରୁ ତାତି ଆହପିର ବଢ଼ିବାରେ ଲାଗିଛି । ଉତ୍ତର ଭାରତରେ ମଧ୍ୟ ଉତ୍ତାପ ବଢ଼ିବାରେ ଲାଗିଛି । ଏପ୍ରିଲ୍ ଆରମ୍ଭରେ ଦେଶର ଅନେକ ସହରରେ ଦେଶର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି । ୪୨ରୁ ଅଧିକ ଡିଗ୍ରୀ ସେଲସିୟସ୍ ୫ଟି ରାଜ୍ୟରେ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୩ ଦିନ ପାଇଁ ରାଜସ୍ଥାନ, ମହାରାଷ୍ଟ୍ର ଓ ଦେଶର ରାଜଧାନୀ ଦିଲ୍ଲୀରେ ତାତି ଆହୁରି ବଢ଼ିବ । ଏପ୍ରିଲ ପ୍ରଥମ ସପ୍ତାହ ଅନେକ ସହରର ତାପମାତ୍ରାରେ ବଡ଼ ପରିବର୍ତ୍ତନ ଦେଖାଦେବ । ଯାହା ୩ ଡିଗ୍ରୀରୁ ୬.୯ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ।

ଆଗାମୀ ଦିନରେ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ହିଟ୍‌ୱେଭ୍ ଜାରି କରାଯାଇଛି । ଏଥିସହ ଦିଲ୍ଲୀରେ ୟେଲା ଆଲର୍ଟ, ଗୁଜୁରାଟରେ ରେଡ୍ ଆଲର୍ଟ ଓ ରାଜସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ କହିଛି, ସନ୍ଧ୍ୟାରେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହିବ । ରବିବାର ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଏହା ସାଧାରଣରୁ .୬.୮ ଡିଗ୍ରୀ ଅଧିକ । ଭାରତୀୟ ପାଣିପାଗ ବିଭାଗ କହିଛି, ଏପ୍ରିଲ୍ ୬-୧୦ ମଧ୍ୟରେ କେତେକ ସ୍ଥାନରେ ଝାଞ୍ଜି ପବନ ବହିବ । ଏହି ସମୟ ମଧ୍ୟରେ ରାଜସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ । ରାଜସ୍ଥାନ ସମେତ ହରିୟାଣା, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.