ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବୋଟ୍ ଏବଂ ୫ ଟାପା

Published By : Rasmita Pradhan | March 7, 2025 9:55 AM

ଭୁବନେଶ୍ଵର, ୦୭/୦୩ : ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୬ଟି ବୋଟ୍ ଏବଂ ୫ଟି ଟାପା। ଗୁରୁବାର ଦିନ ଏହି ଅଗ୍ନିକାଣ୍ଡ ଘଟିଛି। ୧୦ରୁ ଉର୍ଦ୍ଧ୍ଵ ଦମକଳବାହିନୀ ମିଶି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। 

ସୂଚନାନୁଯାୟୀ, ଗୁରୁବାର ନେହେରୁବଙ୍ଗଳା ମାଛଧରା ବନ୍ଦରର ୧ ନମ୍ବର ଜେଟ୍ଟିରେ ଥିବା ଏକ ବୋଟ୍‌ରେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ନିଆଁ ଅନ୍ୟ ବୋଟ୍ ଗୁଡ଼ିକୁ ବ୍ୟାପି ଯାଇଥିଲା। ଗ୍ୟାସ ଟାଙ୍କି ଏବଂ ଡିଜେଲ ଟାଙ୍କି ଫାଟି ୬ଟି ବୋଟ୍ ଏବଂ ୫ଟି ଟାପା ଜଳି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ୧୦ରୁ ଉର୍ଦ୍ଧ୍ଵ ଇଫକୋ, ପାରାଦ୍ଵୀପ ବନ୍ଦର, ଆଇଓସିଏଲ, ପିପିଏଲ କମ୍ପାନୀର ଅଗ୍ନିଶମ ଗାଡ଼ି ସହିତ କୁଜଙ୍ଗ ଓ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ବୋଟ୍ ଗୁଡ଼ିକରେ ଜାଲ, ଡିଜେଲ ଓ ଗ୍ୟାସ୍ ଟାଙ୍କି ରହିଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା। ପାଖାପାଖି ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବର୍ତ୍ତମାନ ତିନୋଟି ଅଗ୍ନିଶମ ଗାଡ଼ି ଘଟଣା ଉପରେ ଦୃଷ୍ଟି ରଖିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇପାରି ନାହିଁ। ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ଓ ମ୍ୟୁନିସିପାଲଟି ଅଧ୍ୟକ୍ଷ ମଧ୍ୟ ଘଟଣା ଉପରେ ନଜର ରଖିଥିବା ସୂଚନା ମିଳିଛି।

ଏହି ଖବରଟିକୁ ପଢନ୍ତୁ- ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ, ୩ ଗୁରୁତର, ୬ ଘର କ୍ଷତିଗ୍ରସ୍ତ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.