ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆତଙ୍କୀ ହମାସ ଷ୍ଟାଇଲରେ ହମଲା କରୁଛି ପାକିସ୍ତାନ, ଗତ ମାସରେ ପିଓକେରେ ISI ଓ HAMAS ମଧ୍ୟରେ ହୋଇଥିଲା ସାକ୍ଷାତ୍

Published By : Prameya | May 8, 2025 10:42 PM

ନୂଆଦିଲ୍ଲୀ : 'ଅପରେସନ ସିନ୍ଦୂର' ରେ ବିଚଳିତ ପାକିସ୍ତାନ ଏବେ ହମାସ ଆତଙ୍କୀ ଗ୍ରୁପ୍‌ ଷ୍ଟାଇଲ୍‌ରେ ଭାରତ ଉପରେ ହମଲା କରୁଛି। ପ୍ରତିରକ୍ଷା ସୂତ୍ର କହିଛି ଯେ, ପାକିସ୍ତାନୀ ହମଲା ପରେ ଜମ୍ମୁର ଆକାଶରେ ଯେଉଁ ଦୃଶ୍ୟ ଥିଲା, ତାହା ଇସ୍ରାଏଲ-ହମାସ ଯୁଦ୍ଧର ଦୃଶ୍ୟ ଭଳି ଥିଲା। ପ୍ରତିରକ୍ଷା ସୂତ୍ର ଏହି କଥାର ସ୍ପଷ୍ଟ କରିଛି ଯେ, ଗତ ମାସରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ )ରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଓ ହମାସ ମଧ୍ୟରେ ହୋଇଥିଲା ସାକ୍ଷାତ୍‌। 

ବିଚଳିତ ପାକିସ୍ତାନ ଆଜି (ଗୁରୁବାର, ୮ ମେ) ସନ୍ଧ୍ୟାରେ ଜମ୍ମୁରୁ ନେଇ ଜୈସଲମେର ଯାଏ ପାକିସ୍ତାନ ନିକଟସ୍ଥ ଅଞ୍ଚଳରେ ଜୋରଦାର ଡ୍ରୋନ୍‌ , ରକେଟ୍‌ ଓ ମିସାଇଲ ମାଡ଼ କରିଛି , ଯାହାକୁ ଭାରତୀୟ ସୁରକ୍ଷା ବାହିନୀ ଅସଫଳ କରି ଦେଇଛି। ପାକିସ୍ତାନ ପକ୍ଷରୁ ସତୱାରୀ , ସାମ୍ୱା, ଆପଏସ ପୁରା ଓ ଅରନିଆରେ ମୋଟ ୮ ମିସାଇଲ ମାଡ଼ କରାଯାଇଛି, ଯାହାକୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ଭଣ୍ଡୁର କରିଦେଇଛି। 

ପ୍ରତିରକ୍ଷା ସୂତ୍ର କହିଛି ଯେ, ପାକିସ୍ତାନ ପକ୍ଷରୁ କରାଯାଇ ଥିବା ହମଲା ପରେ ଜମ୍ମୁ, ସାମ୍ୱା ଓ ଅନ୍ୟ କ୍ଷେତ୍ରର ଆକାଶରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି , ସେ ଦୃଶ୍ୟ ପୂରା ଇସ୍ରାଏଲ ଉପରେ ହମାସ ଶୈଳୀର ହମଲାର ମନେପକାଇଛି। ସୂତ୍ର କହିଛି ଯେ , ଏମିତି ଲାଗୁଛି ଯେ ଅନେକ ଶସ୍ତା ରକେଟ୍‌ ମାଡ଼ କରାଯାଇଛି। ପ୍ରତିରକ୍ଷା ସୂତ୍ର କହିଛି ଯେ, ଏହିପରି ହମଲା ପରେ ଏହି ଆଙ୍କଳନ କରାଯାଇଛି ଯେ, ପାକ୍ ସେନା ଏକ ଆତଙ୍କବାଦୀ ସଙ୍ଗଠନ ହମାସ ପକ୍ଷରୁ କାମ କରୁଛି ଏବଂ ବ୍ୟବହାର କରୁଛି। 

ଏହା ବ୍ୟତୀତ ରାଜୌରୀରେ ଆତଙ୍କୀ ହମଲାର ଖବର ଅଛି। ରାଜୌରୀର ୧୨୦ ବ୍ରିଗେଡ୍‌ ଉପରେ ଆତଙ୍କୀ ହମଲା ହୋଇଛି। ଏହି ମଧ୍ୟରେ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ପହଞ୍ଚିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.