ଚେନ୍ନାଇ ୦୦୭/୦୫:  ତାମିଲନାଡୁ ରାଜନୀତିରେ ଏବେ ଥଲାପତି ବିଜୟ ହିରୋ ଭଳି ଏଣ୍ଟ୍ରି କରିଛନ୍ତି । ନିକଟରେ ସମାପ୍ତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କର ଦଳ ଟିଭିକେ ୧୦୮ଟି ଆସନ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଇତିମଧ୍ୟରେ ବିଜୟଙ୍କର ସ୍କୁଲ ମାର୍କସିଟ୍ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ସେଥିରୁ ସେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୬୫ ପ୍ରତିଶତ ନମ୍ବର ରଖିଥିବା ଜଣାପଡ଼ିଛି । ମୋଟ ୧୧୦୦ ନମ୍ବରରୁ ବିଜୟ ୭୧୧ ନମ୍ବର ରଖିଥିଲେ । ତାମିଲ ଭାଷାରେ ତାଙ୍କର ୨୦୦ରୁ ୧୫୫ ନମ୍ବର ଥିଲା । ଇଂରାଜୀରେ ସେ ୨୦୦ରୁ ୧୩୩, ବିଜ୍ଞାନରେ ୩୦୦ରୁ ୨୦୬, ସାମାଜିକ ବିଜ୍ଞାନରେ ୨୦୦ରୁ ୧୨୨ ନମ୍ବର ରଖିଥିଲେ । ତେବେ ଗଣିତରେ ସେ ଦୁର୍ବଳ ଥିଲେ । ୨୦୦ରୁ ମାତ୍ର ୯୫ ନମ୍ବର ରଖିଥିଲେ ବିଜୟ ।

ଏହାପରେ ସେ ଚେନ୍ନାଇର ଲୟଲା କଲେଜରେ ଭିଜୁଆଲ କମ୍ୟୁନିକେସନ୍ ବିଭାଗରେ ନାମ ଲେଖାଇଥିଲେ । କିନ୍ତୁ ଫିଲ୍ମରେ କାମ କରିବାର ନିଷ୍ପତ୍ତି ଯୋଗୁ ସେ କଲେଜପଢ଼ାକୁ ମଝିରୁ ଛାଡିଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ୩ ଦଶନ୍ଧିର କ୍ୟାରିୟର ମଧ୍ୟରେ ବିଜୟ ଅନେକ ସୁପରହିଟ୍ ଫିଲ୍ମ ଉପହାର ଦେଇଛନ୍ତି । ‘ଜନ ନାୟଗନ୍’ ତାଙ୍କର ଶେଷ ଫିଲ୍ମ ହୋଇଥାନ୍ତା। କିନ୍ତୁ ବିବାଦ କାରଣରୁ ତାହା ରିଲିଜ୍ ହୋଇପାରିନାହିଁ ।

ଅଧିକ ପଢ଼ନ୍ତୁ :-  ତାମିଲନାଡ଼ୁରେ ସରକାର ଗଠନ ନେଇ DMK-AIADMK ମଧ୍ୟରେ ଆଲୋଚନା !