ଭୁବନେଶ୍ବର: ବାଲିଅନ୍ତାରୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣା । ଦିନଦ୍ବିପ୍ରହରରେ ଯୁବକଙ୍କୁ ପିଟିପିଟି ମାରିଦେଲେ । ତାହା ପୁଣି ପୁଲିସ ଉପସ୍ଥିତିରେ । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଅଡ଼ଶପୁର ଅଞ୍ଚଳର ସୌମ୍ୟରଞ୍ଜନ ସ୍ବାଇଁ । ମୃତ ଯୁବକ ଜଣକ ଜିପିଆରରେ କାମ କରୁଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ତେବେ ତାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ପୁଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । 

ମିଳିଥିବା ଖବର ଅନୁସାରେ ସୌମ୍ୟ ତାଙ୍କ ଭଣଜାଙ୍କ ସହ ବାଇକରେ ଯାଉଥିଲେ । ଆଗରେ ଦୁଇ ଯୁବତୀ ସ୍କୁଟିରେ ଯାଉଥିଲେ । ସୌମ୍ୟଙ୍କ ବାଇକ ତାଙ୍କୁ ଧକ୍କା ଦେବା ପରେ ଯୁବତୀଦ୍ବୟ ତଳେ ପଡ଼ି ଯାଇଥିଲେ । ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଯୁବତୀଙ୍କୁ ସୌମ୍ୟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ସେଠାରେ ଥିବା ସ୍ଥାନୀୟ ଲୋକେ ସୌମ୍ୟଙ୍କୁ ଆକ୍ରମଣ କରିଥିଲେ । ସୌମ୍ୟଙ୍କୁ ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଥିବା ଅଭି​‌ଯୋଗ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପୁଲିସ ପହଞ୍ଚିବା ପରେ ମଧ୍ୟ ଲୋକେ ମାଡ଼ ମାରିଥିଲେ । ଆଉ ତାଙ୍କର ମୃତ୍ୟୁ ହୋଇଛି । ମୃତ ସୌମ୍ୟ ଜିଆରପିରେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ସେପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । 

ଏବେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଠାରେ ଘଟଣାସ୍ଥଳରେ ଜଣେ ପୁଲିସ କର୍ମଚାରୀ ନଜର ଆସିଛନ୍ତି । ତଥାପି ଲୋକେ ତାଙ୍କ ସାମ୍ନାରେ ମାଡ଼ ମାରିଥିଲେ । ପୁଲିସ ମଧ୍ୟ ଯୁବକଙ୍କ ଆର୍ତ୍ତଚିତ୍କାର ଶୁଣିନଥିବା ଅଭିଯୋଗ ହୋଇଛି । ଏବେ ପ୍ରଶ୍ନ ଉଠିଛି କି, ପୁଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ସେମାନେ କାହିଁକି ତୁରନ୍ତ ଯୁବକଙ୍କୁ ଉଦ୍ଧାର କଲେନାହିଁ କାହିଁକି ବୋଲି ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି । ତେବେ ଆକ୍ରମଣ କରି ମାରିଥିବା ଲୋକଙ୍କ ବିରୋଧରେ କଣ ଆକ୍ସନ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି । 

ଏହାସହ ପଢ଼ନ୍ତୁ : ପିଏଙ୍କ ହତ୍ୟା ଘଟଣା : ଶୁଭେନ୍ଦୁ ଅଧିକାରୀ ଦେଲେ ବଡ଼ ପ୍ରତିକ୍ରିୟା