ନୂଆଦିଲ୍ଲୀ, ୧୮/୧୦: ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ଥାମା' ଭାରତୀୟ ବକ୍ସ ଅଫିସରେ ୨୧ ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି । ମ୍ୟାଡ୍ ଡକ୍ ହରର୍ କମେଡି ୟୁନିଭର୍ସର ଏହି ଫିଲ୍ମ ସ୍ତ୍ରୀ, ମୁଞ୍ଜ୍ୟା ଏବଂ ଭେଡ଼ିୟା ଭଳି ସିନେମାର କାହାଣୀ ସହ ଡଡ଼ିତ । ଏଥିପାଇଁ ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଲାଣି । ବୁକିଂକୁ ନଜରରେ ରଖି ଯାହା ଜଣାପଡ଼ିଛି ଯେ, ଦିନେଶ ବିଜାନ ଏବଂ ଅମର କୌଶିକଙ୍କ ଏହି ଫିଲ୍ମକୁ ବକ୍ସ ଅଫିସ୍ରେ ଏକ ବଡ଼ ଓପନିଂ ମିଳିପାରେ ।
ଆଡଭାନ୍ସ ବୁକିଂରୁ ରୋଜଗାର-
ଫିଲ୍ମରୁ ରୋଜଗାର ହେଇଥିବା ରାଜସ୍ୱ ପ୍ରକାଶ କରୁଥିବା ପ୍ଲାଟଫର୍ମ ସାକନିଲ୍କ ଏକ ରିପୋର୍ଟରେ କହିଛି ଯେ, ଶନିବାର ସକାଳ ପର୍ଯ୍ୟନ୍ତ 'ଥାମା'ର ୨୦ ହଜାରରୁ ଅଧିକ ଟିକେଟ୍ ବୁକିଂ ହୋଇ ସାରିଛି । ରିଲିଜ୍ ହେବାର ପ୍ରଥମ ଦିନରେ ୭୦୦୦ରୁ ଅଧିକ ଶୋ ଚାଲିବ । ଯାହା ଦର୍ଶାଉଛି ଯେ, ଏହି ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ କେତେ କ୍ରେଜ୍ ରହିଛି । ଲୋକମାନେ ଦୀପାବଳି ଛୁଟିରେ ଏହି ଫିଲ୍ମର ମଜା ନେଇପାରିବେ । ବ୍ଲକ୍ ସିଟ୍ ସହିତ 'ଥାମା' ଅଯାବତ୍ ୩କୋଟି ୧୧ ଲକ୍ଷ ଟଙ୍କା ରୋଜଗାର କରି ସାରିଛି । ରିଲିଜ୍ ଡେଟ୍ ଆସିବା ଯାଏଁ ଫିଲ୍ମଟି ଆହୁରି ରୋଜଗାର କରିପାରେ ।
ଫାଷ୍ଟ ଡେରେ କେତେ ହେବ କଲେକ୍ସନ୍-
ମେକର୍ସ ଏହି ଫିଲ୍ମଟିକୁ ହିନ୍ଦୀ ସହ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍ କରିବାକୁ ଯାଉଛନ୍ତି । ସିନେମାରେ ବ୍ୟାପକ ଭାବରେ VFXର ବ୍ୟବହାର କରାଯାଇଥିବାକୁ ଦର୍ଶକ ଏହାକୁ 2D, 4DX ଏବଂ IMAXରେ ଦେଖି ଭରପୁର ମଜା ନେଇପାରିବେ । ଓପନିଂ କଲେକ୍ସନ୍ ପ୍ରେଡିକ୍ସନ୍ କରି ବିଶେଷଜ୍ଞ କହିଛନ୍ତି ଯେ, ପ୍ରଥମ ଦିନରେ ଫଲ୍ମଟି ୨୦ରୁ ୩୦ କୋଟି ଟଙ୍କା ରୋଜଗାର କରିପାରେ ।
କ'ଣ କହୁଛି ସୋସିଆଲ ମିଡିଆ ଟ୍ରେଣ୍ଡ-
ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ନବାଜୁଦ୍ଦିନ ସିଦ୍ଦିକି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆକ୍ଟିଂ କରୁଥିବା ଦେଖିବାକୁ ମିଳିପାରେ । ଫିଲ୍ମର ଟ୍ରେଲର୍ ଏବଂ ଏହାର ଗୀତ ପୂର୍ବରୁ ରିଲିଜ୍ ହୋଇସାରିଛି । ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ହେଲେ ଏହି କ୍ରେଜ୍ ଫିଲ୍ମ ରିଲିଜ୍ ଦିନ ବିଜନେସ୍ରେ ପରିଣତ ହେବ କି ନାହିଁ, ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡ଼ିବ। ମ୍ୟାଡ୍ ଡକ୍ ହରର୍ କମେଡ଼ି ୟୁନିଭର୍ସର ସମସ୍ତ ଫିଲ୍ମ ବ୍ଲକବଷ୍ଟର ହିଟ୍ ରହିଆସିଛି ।