ମୁମ୍ବାଇ ୨୫/୦୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ପରିବାର କେବଳ ଉଦ୍ୟୋଗପତି ଭାବେ ପରିଚିତି ପାଇନାହିଁ । ଭବ୍ୟ ଭୋଜି ଓ ଘରେ ପ୍ରସ୍ତୁତ କରୁଥିବା ସ୍ୱତନ୍ତ୍ର ବ୍ୟଞ୍ଜନ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାର ବିଷୟ ହୋଇଛି । ଅମ୍ବାନି ପରିବାରରେ ସମସ୍ତ ସଦସ୍ୟ ଖାଦ୍ୟପ୍ରେମୀ । ସେମାନେ ଶାକାହାରୀ ଭୋଜନ କରିଥାନ୍ତି । ସେଥିପାଇଁ ଅମ୍ବାନି ପରିବାରରେ ପ୍ରତିଦିନ ପୁଷ୍ଟିକର ଓ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ପ୍ରତ୍ୟେକ ବ୍ୟଞ୍ଜନକୁ ଅତ୍ୟନ୍ତ ଯତ୍ନର ସହ ପ୍ରସ୍ତୁତ କରାଯାଏ । ମୁକେଶ ଅମ୍ବାନିଙ୍କ ଘରେ ପ୍ରସ୍ତୁତ ହେଉଥିବା ଦୈନନ୍ଦିନ ବ୍ୟଞ୍ଜନ ଓ ସେଫ୍‌ଙ୍କ ଦରମା ଏବେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ।

ଅମ୍ବାନି ପରିବାରରେ ସମସ୍ତ ସଦସ୍ୟ ସାଦାସିଧା ଓ ଶାକାହାରୀ ଭୋଜନ କରନ୍ତି । ସେଥିପାଇଁ ଘରେ ସାତ୍ୱିକ ଓ ପୁଷ୍ଟିକର ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ସକାଳ ଜଳଖିଆରେ ମୁକେଶ ଅମ୍ବାନି ଅମୃତଭଣ୍ଡା ଜୁସ୍ ଓ ଇଡ୍‌ଲି-ସାମ୍ବର ଖାଆନ୍ତି । ନିତା ଅମ୍ବାନି ଫଳ ଓ ଡ୍ରାଏ ଫ୍ରୁଟ୍ସ ସହିତ ଜୁସ୍ ପସନ୍ଦ କରନ୍ତି । ଦ୍ୱିପ୍ରହର ଭୋଜନରେ ଭାତ, ଡାଲି, ପରିବା, ରୁଟି, ସୁପ୍ ଓ ସାଲାଡ୍ ଆଦି ବ୍ୟଞ୍ଜନ ଗୁଜରାଟୀ ଶୈଳୀରେ ପ୍ରସ୍ତୁତ ହୁଏ । ରାତିରେ ମିଲେଟ୍ ରୁଟି, ଗୁଜରାଟୀ ଶୈଳୀର ପରିବା ତରକାରୀ ଓ ସାଲାଡ୍ ଭଳି ହାଲୁକା ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ ହୁଏ ।

​​​​​​​

ଅମ୍ବାନି ପରିବାର ଫିଟ୍‌ନେସ ଓ ସ୍ୱାସ୍ଥକର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି । ସନ୍ତୁଳିତ ଜୀବନଶୈଳୀ ବଜାୟ ରଖିବା ପାଇଁ ମାସକରେ ଥରେ ସେମାନେ ଜଙ୍କ ଫୁଡ୍ ଖାଆନ୍ତି । ସପ୍ତାହରେ ଥରେ ସେବ୍‌ପୁରି ଖାଇଥାନ୍ତି, ଯାହା ମୁକେଶଙ୍କର ଖୁବ୍ ପ୍ରିୟ । ଜାଣି ଆଶ୍ଚର୍ଯ୍ୟ ହେବେ, ଅମ୍ବାନିଙ୍କ ଘରେ ପ୍ରତିଦିନ ୪୦୦୦ ରୁଟି ପ୍ରସ୍ତୁତ ହୁଏ । ପ୍ରାୟ ୬୦୦ କର୍ମଚାରୀଙ୍କ ପାଇଁ ଏହି ରୁଟି ପ୍ରସ୍ତୁତ ହୁଏ । ସଫେଇ କର୍ମୀ, ସିକ୍ୟୁରିଟି ଗାର୍ଡ, ଡ୍ରାଇଭର, ରାନ୍ଧୁଣିଆ, ଟେକ୍‌ନିସିଆନ ଓ ବ୍ୟକ୍ତିଗତ ସହାୟକ.. ସମସ୍ତଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଏ । ରୁଟି ମେସିନ୍‌ରେ ଏହି ରୁଟି ପ୍ରସ୍ତୁତ ହୁଏ, କିନ୍ତୁ ଗୁଣବତ୍ତା ଓ ସ୍ୱାଦ ବଜାୟ ରଖିବା ପାଇଁ କୁଶଳୀ ସେଫ୍ ନିଯୁକ୍ତ ହୋଇଛନ୍ତି । ଏମାନେ ଲକ୍ଷାଧିକ ଟଙ୍କା ଦରମା ପାଉଛନ୍ତି । ରିପୋର୍ଟ ଅନୁସାରେ, ଅମ୍ବାନି ପରିବାର ରୁଟି ପ୍ରସ୍ତୁତକର୍ତ୍ତା ସେଫ୍‌ଙ୍କୁ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଦରମା ଦିଅନ୍ତି । ପ୍ରତ୍ୟେକ ରୁଟିର ସମାନ ଆକାର, ପ୍ରସ୍ତୁତି ପ୍ରକ୍ରିୟା ଓ ସ୍ୱାଦକୁ ସୁନିଶ୍ଚିତ କରିବା ତାଙ୍କ ଦାୟିତ୍ୱ ।

ଆହୁରି ପଢ଼ନ୍ତୁ...EPFO 3.0: ପିଏଫ୍ ଉଠାଇବା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବନି ଅଧିକ ସମୟ; ୟୁପିଆଇ ମାଧ୍ୟମରେ କିଛି ମିନିଟରେ ଉଠାଇ ପାରିବେ ଟଙ୍କା