ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଳୁ ମିଶନ କ୍ଷେତ୍ରରେ ସରକାରୀ ପ୍ରସ୍ତୁତି, ନିଅଣ୍ଟ ପଡ଼ିବ ୨୭,୩୫୨ କ୍ୱିଣ୍ଟାଲ ବିହନ

Published By : Rasmita Pradhan | October 18, 2024 2:16 PM

ଭୁବନେଶ୍ୱର, ୧୮/୧୦ : ଆଳୁ ମିଶନ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୨୦୨୪-୨୫ ରବି ଫସଲ ଲାଗି ରାଜ୍ୟରେ ୧୪,୪୨୩ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧ ଲକ୍ଷ ୮୭ ହଜାର ୫୦୦ କ୍ୱିଣ୍ଟାଲ ବିହନ ଆବଶ୍ୟକ । କିନ୍ତୁ ଜିଲ୍ଲାୱାରୀ ଉଦ୍ୟାନ ଉପନିର୍ଦ୍ଦେଶକଙ୍କ ହିସାବ ଅନୁଯାୟୀ ମୋଟ ୧ ଲକ୍ଷ ୮୨ ହଜାର ୫ ଶହ ୫୯ କ୍ୱିଣ୍ଟାଲ୍‌ ବିହନ ଆବଶ୍ୟକ କରୁଛି ରାଜ୍ୟ । ଯାହାକୁ ପ୍ରତି ଜିଲ୍ଲାରେ ନଭେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ବଣ୍ଟନ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି । ସମୁଦାୟ ୧ ଲକ୍ଷ ୫୫ ହଜାର ୨୦୭ କ୍ୱିଣ୍ଟାଲ୍‌ ଆଳୁ ବିହନ ଲାଗି ରାଜ୍ୟ ବିହନ ନିଗମ ଅର୍ଡର ଦେଇଛି । ୩୦ ଜିଲ୍ଲାକୁ ୧ ଲକ୍ଷ ୮୨ ହଜାର ୫ ଶହ ୫୯ କ୍ୱିଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ବାକି ୨୭,୩୫୨ କ୍ୱିଣ୍ଟାଲ ବିହନ କେଉଁଠୁ ଆସିବ ବୋଲି ପ୍ରଶ୍ନ ଉଠିଛି । 

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଳିଥିବା ସଦ୍ୟତମ ତଥ୍ୟ ଅନୁସାରେ, ୩ଟି ଏଜେନ୍ସିକୁ ନ୍ୟାସନାଲ୍‌ ସିଡ୍‌ କର୍ପୋରେସନ, ଧୀରାଜ ଫାର୍ମସ୍‌ ଏବଂ ଏଚଆଇଏଲ୍‌(ଇଣ୍ଡିଆ) ଲିମିଟେଡକୁ ଆଳୁ ବିହନ ଯୋଗାଣର ଦାୟିତ୍ୱ ଦିଆଯାଇଛି । ଉନ୍ନତ ମାନର ଆଳୁ ବିହନ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏଥିଲାଗି ବିହନ ଏବଂ ଏହାର ଉତ୍ସକୁ ମଧ୍ୟ ଯାଞ୍ଚ କରାଯାଉଛି । 

ଏହି ପରିପ୍ରେକ୍ଷୀରେ କୃଷି ବିଭାଗ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଅମେରେଶ୍ୱର ମିଶ୍ର କହିଛନ୍ତି, ଆମ ରାଜ୍ୟକୁ ୯୦ ଦିନିଆ ଅମଳ ଉପଯୋଗୀ ବିହନ ଆବଶ୍ୟକ । କିନ୍ତୁ କେଉଁ କିସମର ଆଳୁ ବିହନ ଯୋଗାଇ ଦିଆଯାଉଛି ତାକୁ ନେଇ କୈଣସି ସରକାରୀ ତଥ୍ୟ ନାହିଁ । ରିପୋର୍ଟରେ ଆଳୁ ବିହନର କିସମ ଦର୍ଶାଇବାକୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି । ଆଗାମୀ ୨-୩ ବର୍ଷ ଭିତରେ ଆଳୁ ଉତ୍ପାଦନରେ ଆତ୍ମନିର୍ଭର ହେବ ରାଜ୍ୟ । ଆସନ୍ତାବର୍ଷରୁ ଆଳୁ ଚାଷର କ୍ଷେତ୍ର ବୃଦ୍ଧି ହେବା ସହ ଉନ୍ନତ ମାନର ଆଳୁ ବିହନ ସଠିକ ସମୟରେ ଚାଷୀଙ୍କ ପାଖରେ ପହଞ୍ଚିବ । ଆଉ ବିହନ ଲାଗି ପଞ୍ଜାବ କିମ୍ବା ଆଳୁ ଲାଗି ୟୁପି ଏବଂ ପଶ୍ଚିମବଙ୍ଗ ଉପରେ ନିର୍ଭର ହେବାକୁ ପଡ଼ିବନି ବୋଲି କହିଛନ୍ତି ଯୁବ କୃଷି ବିଶେଷଜ୍ଞ ଅବିନାଶ ମହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.