ଖୋର୍ଦ୍ଧା,୧୫/୧୧ : ଜଟଣୀ ରାଜାବଜାରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏକ ଡ୍ରେସ୍ ଦୋକାନ ଜଳିଗଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଜଟଣୀ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିଛି । ଲକ୍ଷାଧିକ ଟଙ୍କାର ଲୁଗା, ପ୍ୟାଣ୍ଟ, ସାର୍ଟ ଆଦି ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଛି । ଅଗ୍ନିକାଣ୍ଡରେ ଦୋକାନର ମାଲିକ ସୂର୍ଯ୍ୟ ମହାପାତ୍ର ଗୁରୁତର ହୋଇ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଣ ନିଶ୍ବାସୀ ହୋଇ ଗୁରୁତର ହୋଇପଡ଼ିଥିଲେ । ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଏ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଏବଂ ଜଟଣୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।