ନୂଆଦିଲ୍ଲୀ :  ଭାରତରେ ରନ୍ଧନ ଗ୍ୟାସକୁ ନେଇ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। କେନ୍ଦ୍ର ସରକାର ଏବେ ଏକ ପ୍ରମୁଖ ନିଷ୍ପତ୍ତି ନେଇ ପାଇପଡ୍‌ ନ୍ୟାଚୁରାଲ ଗ୍ୟାସ୍‌ (PNG) ବ୍ୟବହାର କରୁ ଥିବା ଗ୍ରାହକଙ୍କୁ LPG ସିଲିଣ୍ଡର କିଣିବାରୁ ରୋକି ଦେଇଛି। ସରକାରଙ୍କ ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରେ କାର୍ଯ୍ୟକାରୀ ହୋଇଛି। ଏହି ନିଷ୍ପତ୍ତି ପଛରେ ସବୁଠୁ ମୁଖ୍ୟ କାରଣ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ନେଇ ବୋଲି କୁହାଯାଉଛି, ଯେଉଁଥିରେ ଭାରତର ଗ୍ୟାସ ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିଛି।

ପ୍ରକୃତରେ, ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ହର୍ମୁଜ୍ ପ୍ରଣାଳୀ ଦେଇ ମାଲବାହୀ ଜାହାଜ ଗୁଡ଼ିକର ଯାତାୟାତକୁ ବାଧାପ୍ରାପ୍ତ କରିଛ। ଏହି ରାସ୍ତା ବିଶ୍ୱର ଅଧିକାଂଶ ଦେଶକୁ ତେଲ ଏବଂ ଗ୍ୟାସ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତ ତାର ଏଲପିଜି ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଆମଦାନୀ କରେ, ଏବଂ ଏଥିରେ ପ୍ରାୟ ୯୦ ପ୍ରତିଶତ  ଯୋଗାଣ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରୁ ଆସିଥାଏ। ଏଥିରେ ଯଦି ସପ୍ଲାଇ ଚେନ୍‌ ବାଧାପ୍ରାପ୍ତ ହୁଏ, ଭାରତରେ ଗ୍ୟାସର ଅଭାବ ଏବଂ ମୂଲ୍ୟରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିପାରେ।

ଏହି ସଙ୍କଟର ମୁକାବିଲା ପାଇଁ, ସରକାର ଏବେ ସେହି ଲୋକଙ୍କ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି, ଯେଉଁମାନଙ୍କ ଘରେ ପୂର୍ବରୁ ପାଇପ୍ ଗ୍ୟାସ୍ ସଂଯୋଗ ଅଛି, ଅର୍ଥାତ୍‌ କୌଣସି ଘରେ PNG ସଂଯୋଗ ଅଛି, ତ ସେ ଏବେ ଘରୋଇ ଏଲପିଜି ସିଲିଣ୍ଡର କିଣି ପାରିବେ ନାହିଁ। ସରକାର ବିଶ୍ୱାସ କରନ୍ତି ଯେ, ଏଥିରେ ଏଲପିଜିର ସଞ୍ଚୟ ହେବ ଏବଂ ଆବଶ୍ୟକୀୟ ଲୋକଙ୍କୁ ଏହାର ଯୋଗାଣ ସୁନିଶ୍ଚିତ କରାଯାଇ ପାରିବ।

ଆହୁରି ମଧ୍ୟ ପଢନ୍ତୁ :  ୭ ରାଜା ଓ ୨୭ ଏକରର କାହାଣୀ, ୧୧୩ ବର୍ଷ ପରେ କଣ ପାଇଁ ବିପଦରେ ‘ ଜିମଖାନା କ୍ଲବ’

ସୂଚନା ଆଧାରରେ ଭାରତରେ ୨୦୨୫ ମସିହା ବେଳେ ପ୍ରାୟ ୩୩.୧୫ ମିଲିୟନ ମେଟ୍ରିକ୍‌ ଟନ୍‌ ଏଲପିଜିର ଖର୍ଚ୍ଚ ହୋଇ ଥିଲା। ଏହାର ବଡ଼ ଭାଗ ଘରୋଇ ଇନ୍ଧନ ଗ୍ୟାସ ଭାବେ ବ୍ୟବହାର ହୋଇଥାଏ। କିନ୍ତୁ ବର୍ତ୍ତମାନର ବିଶ୍ୱସ୍ତରୀୟ ସ୍ଥିତି ସରକାରଙ୍କ ଚିନ୍ତା ବୃଦ୍ଧି କରାଇଛି।

ଦେଖନ୍ତୁ ଭିଡିଓ -ଦର ବୃଦ୍ଧି ନହେଲେ ତୈଳ କିଣିବା ଅସମ୍ଭବ ହୋଇ ପଡ଼ିବ,ଯୁଦ୍ଧ ସ୍ଥିତିକୁ ଦେଖି ଦର ବଢ଼ିବ କମିବ..