ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କାଳବୈଶାଖୀର କରାଳ ରୂପ; ଯୁବତୀଙ୍କ ଜୀବନ ନେଲା ବଜ୍ରାଘାତ, ଜଣେ ଗୁରୁତର

Published By : Bijay Swain | May 16, 2025 8:32 PM

ଭଞ୍ଜନଗର,୧୬/୫: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା କେବିରିବରପୁର ଗ୍ରାମରେ ଶୁକ୍ରବାର ଅପରାହ୍ନ ୪ଟା ରେ ବଜ୍ରାଘାତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ସେହି ଗ୍ରାମର ରିତା ଗୌଡ଼(୩୦) ବୋଲି ଜଣାପଡିଛି।

ସୂଚନାନୁସାରେ ଆଜି ଅପରାହ୍ନ ସମୟରେ ରିତା ଗାଁ ନିକଟସ୍ଥ ବିଷୋୟୀ ତୋଟାରେ ଆମ୍ବ ଗୋଟାଉଥିବା ବେଳେ ମେଘ ପବନ ଆସିବା ସହ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରିତା ଗୂରୁତର ହୋଇ ପଡିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ସେହିପରି ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମର ନର୍ମଦା ପୋଲାଇ (୩୦) ବଜ୍ରାଘାତରେ ଗୁରୁତର ଆହତ ହୋଇ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.