ଭୁବନେଶ୍ବର, ୧୯।୧୧ : ଭରତପୁର ଥାନା ଘଟଣାକୁ ନେଇ ଥାନାରେ ତଦନ୍ତ କରିଛନ୍ତି  କମିଶନ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ।    ଥାନାରେ ଭିତରେ ସେହିଦିନ  କଣ ଘଟଣା ହୋଇଛି । ତାହାର ଭିଡିଓ ଓ ଫଟୋ ଉତ୍ତୋଳନ ସହ ତଦନ୍ତ କରିଛନ୍ତି  କମିଶନ । 

ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କ ସାମ୍ନାରେ ସେଦିନ ରାତିରେ କ'ଣ ଘଟିଥିଲା ଗୋଟି ଗୋଟି କରି ସବୁ ଘଟଣା କହିଛନ୍ତି କ୍ୟାପଟେନ ଓ ତାଙ୍କ ବାନ୍ଧବୀ। ପୁରା ଘଟଣାର ସିନ ରିକ୍ରେସନ   କରାଯାଉଛି। ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି।  ପ୍ରଥମ ପକ୍ଷ କ୍ୟାପଟେନ ଏବଂ ବାନ୍ଧବୀଙ୍କୁ ପଚାରଉଚରା କରିଥିଲେ ଜଷ୍ଟିସ ଚିରଂଜନ ଦାସ । 

ଥାନା ଭିତରେ କେବଳ ପ୍ରଥମ ପକ୍ଷ ଏବଂ ଦ୍ୱିତୀୟ ପକ୍ଷ ରହିଥିବାବେଳେ , ଭୁବନେଶ୍ୱର ଡିସିପି ପିନାକ ମିଶ୍ର , କ୍ୟାପଟେନ ଓ ବାନ୍ଧବୀଙ୍କ ଓକିଲ ଏପଟେ ଦ୍ୱିତୀୟ ପକ୍ଷଙ୍କ ଓକିଲ ଉପସ୍ଥିତ ରହିଛନ୍ତି । ଦେଢ଼ ଘଣ୍ଟା ଧରି କ୍ୟାପଟେନ ଓ ବାନ୍ଧବୀଙ୍କ ପଚରୁଚରା କରାଯାଇଥିଲା। ତାଙ୍କ ସହ କେଉଁ କେଉଁ ଜାଗାରେ ଡିସିଓ ଚାମ୍ବର୍ , ମହିଳା କକ୍ଷ , ପୁରୁଷ କକ୍ଷ ସହ ଅଭର୍ଥାନା କକ୍ଷ ନିକଟରେ କଣ ଘଟିଥିଲା ସବୁ କିଛି କହିଥିଲେ ଉଭୟ କ୍ୟାପଟେନ ଓ ବାନ୍ଧବୀ।  ଏପଟେ ଦ୍ୱିତୀୟ ପକ୍ଷ ଭରତପୁର ଥାନାର ପୂର୍ବତନ ଆଇଆଇସି ସମେତ ୫ ପୋଲିସ କର୍ମଚାରୀ  ଉପସ୍ଥିତ ରହି  ମଧ୍ୟ ଜଷ୍ଟିସ  ଚିତ୍ତ ରଞ୍ଜନ ଦାସଙ୍କ ସମ୍ମୁଖରେ ରହି ନିଜର ପକ୍ଷ ରଖିଛନ୍ତି ।