ମୁମ୍ୱାଇ : ଶୁକ୍ରବାର କେରଳ ହାଇକୋର୍ଟଙ୍କ ଠାରୁ ଆଶ୍ୱସ୍ତି ପାଇବା ପରେ ଫିଲ୍ମ ‘ଦ କେରଲ ଷ୍ଟୋରୀ -୨ : ଗୋଜ୍ ୱିୟଣ୍ଡ’ ଶେଷରେ ଫିଲ୍ମ ହଲ୍‌ରେ ରିଲିଜ ହୋଇଛି। ଫିଲ୍ମର ପ୍ରଯୋଜକ ଏହି ସିକ୍ୱେଲକୁ ନେଇ ଖୁବ୍ ଆଶାବାଦୀ ଥିଲେ, କିନ୍ତୁ ବକ୍ସ ଅଫିସ ପ୍ରତିକ୍ରିୟା ଖୁବ୍ ଆଶ୍ଚର୍ଯ୍ୟକର ରହିଛି। କେରଳରେ ଫିଲ୍ମକୁ ନେଇ ଦର୍ଶକଙ୍କ ରେସପନ୍ସ ଏତେ ଥଣ୍ଡା ପଡ଼ି ଯାଇଛି ଯେ, ଅନେକ ସ୍ଥାନରେ ଶୋ’ ସବୁ ବାତିଲ କରିବାକୁ ପଡ଼ିଛି। ଅନ୍ୟ ସବୁ ସ୍ଥାନରେ ମଧ୍ୟ ଫିଲ୍ମକୁ ପୂର୍ବ ପାର୍ଟ ଭଳି ରେସପନ୍ସ ମିଳିନାହିଁ। ବକ୍ସ ଅଫିସରେ ଫିଲ୍ମର ଆୟର ଯେଉଁ ସଂଖ୍ୟା ସାମ୍ନାକୁ ଆସୁଛି, ଏଥିରୁ ଅନୁମାନ ଯେ, ବହୁ ମୁସ୍କିଲରେ ଏହି ଫିଲ୍ମ ନିଜର ଖର୍ଚ୍ଚ ବାହାର କରିବ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ମୁତାବିକ , କେରଳର ପ୍ରମୁଖ ସହର ଗୁଡ଼ିକ ଯେମିତି କି କୋଚ୍ଚି , ତ୍ରିଶୂର ଓ କୋଝିକୋଡରେ ଦର୍ଶକଙ୍କ ହ୍ରାସ ଯୋଗୁଁ ପ୍ରଥମ ଦିନ ଅନେକ ଶୋ’କୁ ବାତିଲ କରିବାକୁ ପଡ଼ିଛି। କୋଚ୍ଚିର ଲୁଲୁ ମଲ୍ ଓ ତ୍ରାବଣକୋର ଭଳି ବଡ଼ ବଡ଼ ଫିଲ୍ମ ହଲ୍‌ରେ ଦ୍ୱିପ୍ରହରର ଶୋ’ରେ ପ୍ରାୟ ୫ରୁ ୨୫ ମଧ୍ୟରେ ହିଁ ଟିକେଟ୍ ବିକ୍ରି ହୋଇଛି। ସିନେମା ହଲ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛନ୍ତି ଯେ, ଶୋ ସେତେବେଳେ ଚଲାଇବେ ଯେବେ ଅତି କମ୍‌ରେ ୧୦ଟି ଟିକେଟ୍ର ବୁକିଂ ହେବ। ଫିଲ୍ମରେ କେରଳ ଓ ସେଠାର ସଂସ୍କୃତିକୁ ଅଭିଯୋଗ ଅନୁସାରେ ଭୁଲ ଉପାୟରେ ପ୍ରଦର୍ଶିତ କରିଥିବା ଯୋଗୁଁ ଲୋକେ ଏଥିରୁ ଦୂରେଇ ଯାଇଥିବା ଖବର ଆସିଛି।

କହି ରଖୁଛୁ କି, ଏହି ଫିଲ୍ମର ରିଲିଜର ରାସ୍ତା ଏତେ ସହଜ ନଥିଲା। ଫିଲ୍ମର ସେନସର ସାର୍ଟିଫିକେଟ୍ ବିରୋଧରେ କେରଳ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇ ଥିଲା। ପିଟିସନରେ ଦାବି କରାଯାଇ ଥିଲା ଯେ, ଏହି ଫିଲ୍ମ କେରଳର ଲୋକଙ୍କ ଛବିକୁ ଖରାପ କରୁଛି ଏବଂ ସମାଜରେ ଭୁଲ୍ ଧାରଣା ପ୍ରସାର କରୁଛି।କୋର୍ଟ ପ୍ରଥମେ ଫିଲ୍ମର ରିଲିଜ ଉପରେ ୧୫ ଦିନ ପାଇଁ ଷ୍ଟେ ଲଗେଇ ଥିଲେ। ହେଲେ ମେକରଙ୍କର ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରି ପରବର୍ତ୍ତୀ ଦିନ ଜଷ୍ଟିସ୍ ଥମସ ଷ୍ଟେ ହଟେଇ ଦେଇଥିଲେ ଏବଂ ଏହାକୁ ରିଲିଜର ଅନୁମତି ମିଳିଥିଲା।

ପ୍ରଡ୍ୟୁସର ବିପୁଲ ଅମୃତଲାଲ ଶାହ ନ୍ୟୁଜ୍ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତାରେ କହିଛନ୍ତି ଯେ, କେରଳ ଏକ ଖୁବ୍ ସୁନ୍ଦର ଓ ଈଶ୍ୱରଙ୍କୁ ଭଲ ପାଉଥିବା ସ୍ଥାନ। ସେ ଏହି କଥାରେ ମନା କରିଛନ୍ତି ଯେ, ଫିଲ୍ମରେ କେରଳ କିମ୍ୱା ସେଠାର ଲୋକଙ୍କୁ ଭୁଲ୍ ଢଙ୍ଗରେ ଦେଖା ଯାଇଛି। ଶାହ ଯୁକ୍ତି ଦେଇଥିଲେ , ଅପରାଧୀ ତ ପ୍ରତି ସ୍ଥାନରେ ଅଛନ୍ତି , ତାହା ମଧ୍ୟ ପ୍ରଦେଶ ହେଉ କି ରାଜସ୍ଥାନ କିମ୍ୱା କେରଳ । ଆମେ ଏହି ଫିଲ୍ମର ନାମ ‘ଦ କେରଲ ଷ୍ଟୋରୀ-୨ : ଗୋଜ୍ ବିୟଣ୍ଡ ‘ ଏଥିପାଇଁ ରଖିଲୁ ,କାରଣ ଏହା କେବଳ ଗୋଟିଏ ସ୍ଥାନରେ ସୀମିତ ନାହିଁ।

ଏହାସହ ମଧ୍ୟ ପଢନ୍ତୁ : ରିଲିଜ୍‌ର ଦିନକ ପୂର୍ବରୁ ‘ଦ କେରଳ ଷ୍ଟୋରୀ-୨’ ମେକର୍ସଙ୍କୁ ଝଟକା