ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ

Published By : Harapriya Sethi | May 7, 2025 12:28 PM

ଭୁବନେଶ୍ୱର, ୦୭/୦୫: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପୁରୀ ଶଙ୍କରାଚାର୍ଯ୍ୟ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ପୂର୍ବରୁ ଏଭଳି ଚକ୍ରାନ୍ତ ହୋଇଥିଲା କିନ୍ତୁ ଏହାକୁ ମୁଁ ସମ୍ପୂର୍ଣ୍ଣ ବାରଣ କରିଥିଲି। ମହାପ୍ରଭୁଙ୍କୁ ସର୍ବପ୍ରଥମେ ବ୍ରହ୍ମା ପ୍ରତିଷ୍ଠା କରିଥିଲେ । ପରେ ପୁନର୍ବାର ଦାରୁବ୍ରହ୍ମଙ୍କୁ ଶଙ୍କରାଚାର୍ଯ୍ୟ ଭଗବାନ ପ୍ରତିଷ୍ଠା କଲେ। ତେବେ ଅସ୍ତିତ୍ଵ ନାଁରେ ଖେଳ ଖେଳିବା ଉଚିତ୍ ନୁହେଁ। 

ସେ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରରେ ଅଛନ୍ତି । ପୁରୀ ପଣ୍ଡା ଏବଂ ଦୋକାନୀମାନଙ୍କ ଆମଦାନୀ ପଶ୍ଚିମବଙ୍ଗରୁ ହିଁ ହେଉଛି। ଏଣୁ ସେ ଚାଲାକ୍‌ର ସହିତ ସେଠାରେ ମନ୍ଦିର ସ୍ଥାପିତ କରିଛନ୍ତି। ପଶ୍ଚିମବଙ୍ଗର ଭକ୍ତମାନେ ପୁରୀ ଯାଇ ଦାନ ଦକ୍ଷିଣା ଦେଉଛନ୍ତି। ଏହାଦ୍ୱାରା ଜୀବିକା ହିଁ ବଙ୍ଗଳା ଦ୍ୱାରା ଚାଲିଛି ।‌ ଏହି ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ ରହିଛି । ମମତା ତୁ ନା ଗାଇ ମେରେ ମନ୍ତ୍ର ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.