କାମାକ୍ଷାନଗର, ୧।୩ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ଡକାୟତି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଘରେ ଥିବା ନଗଦ ଟଙ୍କା।
ଲୋଧଣୀ ଗାଁର ପ୍ରସନ୍ନ ସାହୁଙ୍କ ପରିବାର ଲୋକେ ଖାଇ ପିଇ ଶୋଇଥିବା ବେଳେ ଦୁଇ ଜଣ ଡକାୟତ ଘରେ ପଶିଥିଲେ। ପ୍ରସନ୍ନ ଓ ତାଙ୍କ ଦୁଇ ପୁଅ ଗୋଟିଏ ରୁମରେ ଶୋଇଥିବାବେଳେ ସେମାନଙ୍କୁ ଦୁର୍ବୃତ୍ତ ବାହରପଟୁ କବାଟ ଦେଇଦେଲେ। ମାଆ ଏବଂ ଝିଅ ଈଶ୍ବରୀଙ୍କ ରୁମରେ ପଶି ମାଆ ଝିଅଙ୍କୁ ମାଡ଼ ମାରିବା ସହ ଆକ୍ରମଣ କରିଥିଲେ ଦୁର୍ବୁତ୍ତ। ଘରେ ଥିବା ସମସ୍ତ ସୁନା ଅଳଙ୍କାର ଏବଂ ଟଙ୍କାକୁ ଧରି ଚମ୍ପଟ ମାରିଥିଲେ। ଏଥିସହିତ ଘରେ ଥିବା ଆଲଣାକୁ ପ୍ରାୟ ଶହେ ମିଟର ଦୂରକୁ ଟେକି ନେଇ ଲୁଟ କରିଥିଲେ। ଗୁରୁତର ଅବସ୍ଥାରେ ମାଆ ମାଣିକ ଓ ଈଶ୍ବରୀଙ୍କୁ ପ୍ରଥମେ ପରଜଙ୍ଗ ଏବଂ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ସେପଟେ ଲୋଧଣୀ ଗାଁରେ ଲୁଲୁ ସାହୁଙ୍କ ଘରେ ମଧ୍ୟ ଦୁର୍ବୃତ୍ତମାନେ ପଶି ଲୁଟ କରିଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ନିଜ ଭାଇଙ୍କ ପରିବାର ଲୋକଙ୍କୁ ପ୍ରଥମେ ବାହାରପଟୁ ତାଲା ପକାଇ ଦେଇଥିଲେ। ପରେ ଘର କବାଟ ଓ ଆଲମାରୀ ଭାଙ୍ଗି ଦୁର୍ବୁତ୍ତ ମାନେ ସବୁ କିଛି ଲୁଟି ନେଇଛନ୍ତି। ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।