ନୂଆଦିଲ୍ଲୀ ୧୬/୦୬: ଓଟିଟି ପରଦା ପାଇଁ ତିଆରି ହେଉଥିବା ସିନେମା ବା ସିରିଜ୍‌ ସାଧାରଣତଃ ଅଳ୍ପ ବଜେଟ୍‌ର ହୋଇଥାଏ । ବିଶେଷ କରି ବଡ଼ ପରଦା ପାଇଁ ଯେତିକି ବଜେଟ୍‌ ଧାର୍ଯ୍ୟ ହୋଇଥାଏ ତାହା  ତୁଳନାରେ ଓଟିଟି ପାଇଁ ବଜେଟ୍‌ ଯଥେଷ୍ଟ କମ୍‌ ଥାଏ । କିନ୍ତୁ  ବିଶ୍ୱର ସବୁଠୁ ବ୍ୟୟବହୁଳ ସିନେମାକୁ ବି ପଛରେ ପକାଇଛି  ଗୋଟିଏ ୱେବସିରିଜ୍‌ । ସେହି ସିରିଜ୍‌ର ଗୋଟିଏ ଗୋଟିଏ ପର୍ବ  ତିଆରି କରିବାରେ କୋଟି କୋଟି ଟଙ୍କା  ଖର୍ଚ୍ଚ କରାଯାଇଛି । ଲୋକପ୍ରିୟ ଉପନ୍ୟାସର  କାହାଣୀ ଉପରେ ଭିତ୍ତି କରି ୨୦୦୦ ମସିହା  ପରେ ତିନୋଟି ହଲିଉଡ ମୁଭି ରିଲିଜ୍‌  ହୋଇଛି । ଏହି ‘ମୁଭି ଟ୍ରାୟୋଲୋଜି’  ମୁକ୍ତି ପରେ ଦମଦାର୍‌ ବ୍ୟବସାୟ  କରିଛି । ପରବର୍ତ୍ତୀ ସମୟରେ  ସେହି କାହାଣୀ ଦେଖିବାକୁ  ମିଳେ ଓଟିଟି ପ୍ଲାଟଫର୍ମରେ ।  ଓଟିଟି ପରଦାରେ ମୁକ୍ତି ପାଇବା ପରେ ତାହା  ସବୁଠାରୁ ବ୍ୟୟବହୁଳ ୱେବ୍‌ ସିରିଜ୍‌ ଭାବରେ ନାଁ  ଲେଖାଇଛି । 

୨୦୦୩ ମସିହାରେ ବଡ଼ ପରଦାରେ  ଶେଷ ଥର ପାଇଁ ମୁକ୍ତି ପାଇଥିଲା ‘ଦ ଲର୍ଡ ଅଫ୍‌ ଦ  କିଙ୍ଗସ୍‌’ ଫିଲ୍ମ ଟ୍ରାୟୋଲଜିର ଶେଷ ଭାଗ । ତାହା ପରେ ୧୯ ବର୍ଷର ବିରତି । ଦର୍ଶକଙ୍କ ପ୍ରିୟ ଏହି  କାହାଣୀ ପୁଣିଥରେ ନୂଆ ରୂପରେ ପ୍ରକାଶ୍ୟକୁ  ଆସିବ ସେକଥା ଅନେକ ଭାବିନଥିଲେ । ୨୦୨୨  ମସିହାରେ ଓଟିଟି ପରଦାରେ ୱେବ୍‌ ସିରିଜ୍‌  ଭାବେ ମୁକ୍ତି ପାଇଥିଲା ‘ଦ ଲର୍ଡ ଅଫ୍‌ ଦ   ରିଂସ୍‌: ଦ ରିଂସ୍‌ ଅଫ୍‌ ପାୱାର’ । ପ୍ରଥମ ସିଜନ୍‌  ମୁକ୍ତି ପାଇବାର ଦୁଇବର୍ଷ ପରେ ୨୦୨୪ ମସିହାରେ ମୁକ୍ତି ପାଇଥିଲା  ‘ଦ ଲର୍ଡ ଅଫ୍‌ ପାୱାର’ର ଦ୍ୱିତୀୟ ସିଜନ୍‌ । ଖର୍ଚ୍ଚ ଦୃଷ୍ଟିରୁ ସାରା ବିଶ୍ୱର  ସବୁଠାରୁ ବ୍ୟୟବହୁଳ ସିନେମାକୁ ବି ପଛରେ ପକାଇଛି ‘ଦ ଲର୍ଡ ଅଫ୍‌  ଦ ରିଂସ: ଦ ରିଂସ ଅଫ୍‌ ପାୱାର’ର ପ୍ରଥମ ସିଜନ୍‌ । ସବୁ ମିଶାଇ ଏହି  ସିଜନ୍‌ ତିଆରି କରିବାକୁ ଭାରତୀୟ ମୁଦ୍ରାରେ ଖର୍ଚ୍ଚ ହୋଇଛି ୮୩୦୦   କୋଟି ଟଙ୍କା । 

ରିପୋର୍ଟରୁ ଜାଣିବାକୁ ମିଳିଛି, ‘ଦ ଲର୍ଡ ଅଫ୍‌ ଦ ରିଂସ:   ଦ ରିଂସ୍‌ ଅଫ୍‌ ପାୱାର’ର ପ୍ରଥମ ସିଜନ୍‌ର   ଯାବତୀୟ ସତ୍ତ୍ୱ ଏବଂ ପ୍ରଚାରମୂଳକ ଖର୍ଚ୍ଚ   ଅତୀତର ସବୁ ବ୍ୟୟବହୁଳ ସିନେମା ଓ   ସିରିଜ୍‌କୁ ଟପିଯାଇଛି । ଏହା ବି କୁହାଯାଉଛି   ‘ଦ ଲର୍ଡ ଅଫ୍‌ ଦ ରିଂସ: ଦ ରିଂସ୍‌ ଅଫ୍‌ ପାୱାର୍‌’ର ପ୍ରଥମ ସିଜନ୍‌ଟି ପ୍ରଯୋଜନା  କରିବାକୁ ୮୩୦୦ କୋଟି ଟଙ୍କା ଖର୍ଚ୍ଚ  ହୋଇଛି । ‘ଦ ଲର୍ଡ ଅଫ୍‌ ଦ ରିଂସ୍‌: ଦ  ରିଂସ୍‌ ଓଫ୍‌ ପାୱାର୍‌’ର ପ୍ରଥମ ସିଜନ୍‌ର  ଗୋଟିଏ ଗୋଟିଏ ଅଧ୍ୟାୟ ନିର୍ମାଣ ପାଇଁ ଭାରତୀୟ ମୁଦ୍ରାରେ ମୋଟ୍‌ ଖର୍ଚ୍ଚ   ହୋଇଥିଲା ୪୮୦ କୋଟି ଟଙ୍କା । ‘ଦ ଲର୍ଡ ଅଫ୍‌ ଦ ରିଂସ୍‌’ର ତିନୋଟି  ଫିଲ୍ମ ପ୍ରଯୋଜନା କରିବାକୁ ମୋଟ୍‌ ଯାହା ଖର୍ଚ୍ଚ ହୋଇଛି ତାହା  ସିରିଜ୍‌ ତୁଳନାରେ ଯଥେଷ୍ଟ କମ୍‌ । ତିନୋଟି ଫିଲ୍ମ ମିଶାଇ  ଭାରତୀୟ ମୁଦ୍ରାରେ ୧୧୧୫ କୋଟି ଟଙ୍କା ଖର୍ଚ୍ଚ  ହୋଇଛି । ସବୁଠାରୁ ବ୍ୟୟବହୁଳ ଫିଲ୍ମ ‘ଦ  ଷ୍ଟାର୍‌ ପାୱାର୍ସ: ଦ ଫୋର୍ସ ଆୱେକେନ୍ସ’ ।  ୨୦୧୫ ମସିହାରେ ମୁକ୍ତି ପାଇଥିବା  ଏହି ଫିଲ୍ମ ପ୍ରଯୋଜନା ସମୟରେ  ଭାରତୀୟ ମୁଦ୍ରାରେ ଖର୍ଚ୍ଚ ହୋଇଥିଲା  ୩ ହଜାର କୋଟି ଟଙ୍କା ।