ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସର୍ବାଧିକ ବ୍ୟୟବହୁଳ ୱେବ୍‌ ସିରିଜ୍‌, ନିର୍ମାଣ କରିବାରେ ଖର୍ଚ୍ଚ ହୋଇଛି ୮୩୦୦ କୋଟି

Published By : Krishna Priya | June 16, 2025 2:14 PM

ନୂଆଦିଲ୍ଲୀ ୧୬/୦୬: ଓଟିଟି ପରଦା ପାଇଁ ତିଆରି ହେଉଥିବା ସିନେମା ବା ସିରିଜ୍‌ ସାଧାରଣତଃ ଅଳ୍ପ ବଜେଟ୍‌ର ହୋଇଥାଏ । ବିଶେଷ କରି ବଡ଼ ପରଦା ପାଇଁ ଯେତିକି ବଜେଟ୍‌ ଧାର୍ଯ୍ୟ ହୋଇଥାଏ ତାହା  ତୁଳନାରେ ଓଟିଟି ପାଇଁ ବଜେଟ୍‌ ଯଥେଷ୍ଟ କମ୍‌ ଥାଏ । କିନ୍ତୁ  ବିଶ୍ୱର ସବୁଠୁ ବ୍ୟୟବହୁଳ ସିନେମାକୁ ବି ପଛରେ ପକାଇଛି  ଗୋଟିଏ ୱେବସିରିଜ୍‌ । ସେହି ସିରିଜ୍‌ର ଗୋଟିଏ ଗୋଟିଏ ପର୍ବ  ତିଆରି କରିବାରେ କୋଟି କୋଟି ଟଙ୍କା  ଖର୍ଚ୍ଚ କରାଯାଇଛି । ଲୋକପ୍ରିୟ ଉପନ୍ୟାସର  କାହାଣୀ ଉପରେ ଭିତ୍ତି କରି ୨୦୦୦ ମସିହା  ପରେ ତିନୋଟି ହଲିଉଡ ମୁଭି ରିଲିଜ୍‌  ହୋଇଛି । ଏହି ‘ମୁଭି ଟ୍ରାୟୋଲୋଜି’  ମୁକ୍ତି ପରେ ଦମଦାର୍‌ ବ୍ୟବସାୟ  କରିଛି । ପରବର୍ତ୍ତୀ ସମୟରେ  ସେହି କାହାଣୀ ଦେଖିବାକୁ  ମିଳେ ଓଟିଟି ପ୍ଲାଟଫର୍ମରେ ।  ଓଟିଟି ପରଦାରେ ମୁକ୍ତି ପାଇବା ପରେ ତାହା  ସବୁଠାରୁ ବ୍ୟୟବହୁଳ ୱେବ୍‌ ସିରିଜ୍‌ ଭାବରେ ନାଁ  ଲେଖାଇଛି । 

୨୦୦୩ ମସିହାରେ ବଡ଼ ପରଦାରେ  ଶେଷ ଥର ପାଇଁ ମୁକ୍ତି ପାଇଥିଲା ‘ଦ ଲର୍ଡ ଅଫ୍‌ ଦ  କିଙ୍ଗସ୍‌’ ଫିଲ୍ମ ଟ୍ରାୟୋଲଜିର ଶେଷ ଭାଗ । ତାହା ପରେ ୧୯ ବର୍ଷର ବିରତି । ଦର୍ଶକଙ୍କ ପ୍ରିୟ ଏହି  କାହାଣୀ ପୁଣିଥରେ ନୂଆ ରୂପରେ ପ୍ରକାଶ୍ୟକୁ  ଆସିବ ସେକଥା ଅନେକ ଭାବିନଥିଲେ । ୨୦୨୨  ମସିହାରେ ଓଟିଟି ପରଦାରେ ୱେବ୍‌ ସିରିଜ୍‌  ଭାବେ ମୁକ୍ତି ପାଇଥିଲା ‘ଦ ଲର୍ଡ ଅଫ୍‌ ଦ   ରିଂସ୍‌: ଦ ରିଂସ୍‌ ଅଫ୍‌ ପାୱାର’ । ପ୍ରଥମ ସିଜନ୍‌  ମୁକ୍ତି ପାଇବାର ଦୁଇବର୍ଷ ପରେ ୨୦୨୪ ମସିହାରେ ମୁକ୍ତି ପାଇଥିଲା  ‘ଦ ଲର୍ଡ ଅଫ୍‌ ପାୱାର’ର ଦ୍ୱିତୀୟ ସିଜନ୍‌ । ଖର୍ଚ୍ଚ ଦୃଷ୍ଟିରୁ ସାରା ବିଶ୍ୱର  ସବୁଠାରୁ ବ୍ୟୟବହୁଳ ସିନେମାକୁ ବି ପଛରେ ପକାଇଛି ‘ଦ ଲର୍ଡ ଅଫ୍‌  ଦ ରିଂସ: ଦ ରିଂସ ଅଫ୍‌ ପାୱାର’ର ପ୍ରଥମ ସିଜନ୍‌ । ସବୁ ମିଶାଇ ଏହି  ସିଜନ୍‌ ତିଆରି କରିବାକୁ ଭାରତୀୟ ମୁଦ୍ରାରେ ଖର୍ଚ୍ଚ ହୋଇଛି ୮୩୦୦   କୋଟି ଟଙ୍କା । 

ରିପୋର୍ଟରୁ ଜାଣିବାକୁ ମିଳିଛି, ‘ଦ ଲର୍ଡ ଅଫ୍‌ ଦ ରିଂସ:   ଦ ରିଂସ୍‌ ଅଫ୍‌ ପାୱାର’ର ପ୍ରଥମ ସିଜନ୍‌ର   ଯାବତୀୟ ସତ୍ତ୍ୱ ଏବଂ ପ୍ରଚାରମୂଳକ ଖର୍ଚ୍ଚ   ଅତୀତର ସବୁ ବ୍ୟୟବହୁଳ ସିନେମା ଓ   ସିରିଜ୍‌କୁ ଟପିଯାଇଛି । ଏହା ବି କୁହାଯାଉଛି   ‘ଦ ଲର୍ଡ ଅଫ୍‌ ଦ ରିଂସ: ଦ ରିଂସ୍‌ ଅଫ୍‌ ପାୱାର୍‌’ର ପ୍ରଥମ ସିଜନ୍‌ଟି ପ୍ରଯୋଜନା  କରିବାକୁ ୮୩୦୦ କୋଟି ଟଙ୍କା ଖର୍ଚ୍ଚ  ହୋଇଛି । ‘ଦ ଲର୍ଡ ଅଫ୍‌ ଦ ରିଂସ୍‌: ଦ  ରିଂସ୍‌ ଓଫ୍‌ ପାୱାର୍‌’ର ପ୍ରଥମ ସିଜନ୍‌ର  ଗୋଟିଏ ଗୋଟିଏ ଅଧ୍ୟାୟ ନିର୍ମାଣ ପାଇଁ ଭାରତୀୟ ମୁଦ୍ରାରେ ମୋଟ୍‌ ଖର୍ଚ୍ଚ   ହୋଇଥିଲା ୪୮୦ କୋଟି ଟଙ୍କା । ‘ଦ ଲର୍ଡ ଅଫ୍‌ ଦ ରିଂସ୍‌’ର ତିନୋଟି  ଫିଲ୍ମ ପ୍ରଯୋଜନା କରିବାକୁ ମୋଟ୍‌ ଯାହା ଖର୍ଚ୍ଚ ହୋଇଛି ତାହା  ସିରିଜ୍‌ ତୁଳନାରେ ଯଥେଷ୍ଟ କମ୍‌ । ତିନୋଟି ଫିଲ୍ମ ମିଶାଇ  ଭାରତୀୟ ମୁଦ୍ରାରେ ୧୧୧୫ କୋଟି ଟଙ୍କା ଖର୍ଚ୍ଚ  ହୋଇଛି । ସବୁଠାରୁ ବ୍ୟୟବହୁଳ ଫିଲ୍ମ ‘ଦ  ଷ୍ଟାର୍‌ ପାୱାର୍ସ: ଦ ଫୋର୍ସ ଆୱେକେନ୍ସ’ ।  ୨୦୧୫ ମସିହାରେ ମୁକ୍ତି ପାଇଥିବା  ଏହି ଫିଲ୍ମ ପ୍ରଯୋଜନା ସମୟରେ  ଭାରତୀୟ ମୁଦ୍ରାରେ ଖର୍ଚ୍ଚ ହୋଇଥିଲା  ୩ ହଜାର କୋଟି ଟଙ୍କା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.