ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ରୋଗୀଣା ମା'କୁ ଭାରରେ ବୋହିଲା ପୁଅ

Published By : Harapriya Sethi | November 13, 2024 11:08 AM

ମାଲକାନଗିରି,୧୩/୧୧: ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଭାରରେ ବୁହା ହେଲେ ରୋଗୀଣା ମାଆ । ରୋଗୀ ଜଣକ ପ୍ରତିମା ଖିଲ ବୋଲି ଜଣାପଡ଼ିଛି । ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତର ଗୋଜିଆଗୁଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଗୋଜିଆଗୁଡ଼ା ଗାଁର ପ୍ରତିମା ଖିଲ ନାମକ ଜଣେ ମହିଳା ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଏକ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା । କିନ୍ତୁ ଗାଁକୁ ଆସିବା ରାସ୍ତାରେ ସପ୍ତଧରା ନଦୀ ପଡ଼ିଥାଏ । ତେଣୁ ଆମ୍ୱୁଲାନ୍ସଟି ନଦୀ ପାର ହୋଇ ଆସି ପାରିଲା ନାହିଁ । ଶେଷରେ ବାଧ୍ୟ ହୋଇ ପ୍ରତିମାଙ୍କ ପୁଅ ସହ ଗଜିଆଗୁଡା ୱାର୍ଡ ମେମ୍ବର ନିଜେ ମହିଳାଙ୍କୁ ଭାରରେ ବୋହି ନଦୀ ପାର କରାଇଲେ । ସେଠାରୁ ମହିଳା ଜଣକ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଯାଇଥିଲେ । ଅନ୍ୟପଟେ ଗାଁକୁ ଯାତାୟାତ ପାଇଁ ଏକ ବ୍ରିଜର ନିର୍ମାଣ କାମ ବହୁ ବର୍ଷ ଧରି ଚାଲୁ ରହିଛି କିନ୍ତୁ ତାହା ଏବେ ବି ଅଧାପନ୍ତରିଆ ହୋଇ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.