ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରାଜ୍ୟରେ ରେରା ଆଇନର ହେବ ପରିବର୍ତ୍ତନ, ରାଜସ୍ଵ ସେବା ଦେବାରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ : ରାଜସ୍ଵ ମନ୍ତ୍ରୀ

Published By : Rasmita Pradhan | October 14, 2024 1:10 PM

ସମ୍ବଲପୁର, ୧୪/୧୦ : ରାଜ୍ୟରେ ରେରା ଆଇନର ହେବ ପରିବର୍ତ୍ତନ। ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ। ଜମିର କିଛି ଅଂଶ ବିକ୍ରି କରିପାରିବେ। ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ। ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରରେ ପ୍ରତିକ୍ରିୟା ରଖିଛନ୍ତି।

ରାଜସ୍ଵ ମନ୍ତ୍ରୀ ଦଲାଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ। ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ। ସେହିପରି ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଲୋକଙ୍କୁ ରାଜସ୍ଵ ସେବା ଦେବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ। ଆଜି ସମ୍ବଲପୁର ଡିଏସଆର କାର୍ଯ୍ୟାଳୟରେ ଅଚାନକ ଗସ୍ତ ସମୟରେ ଏହି କଥା କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏହା ସହ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ୍ କରିବା ସହ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି। ଏହା ସହ କାର୍ଯ୍ୟାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ୟାକ୍ ନେବା ପାଇଁ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରେରା ଆଇନ କଣ ? 

ରିଅଲଇଷ୍ଟେଟ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିଲା ରେରା ଆଇନ। ଏହା ଅନୁସାରେ କିଛି ବି ଆପାର୍ଟମେଣ୍ଟ, ଫ୍ଲାଟ, ଜାଗା କିଣୁଥିବା ବ୍ୟକ୍ତି ବୁକିଂ ପରେ ଆସୋସିଏସନ ଗଢି ପାରିବେ। ଏହାର ଅର୍ଥ ଆପାର୍ଟମେଣ୍ଟ କିଣିବା ସମ୍ପର୍କିତ ଦଲିଲ୍ ଆଦି ସଠିକ୍ ସତ୍ୟତାର ସହ ପାଇପାରିବେ। ଏହି ଆସୋସିଏସନ ରହିବା ଦ୍ଵାରା କେହି ବି ଠକାମୀର ଶିକାର ହେବେ ନାହିଁ। ଯଦି ଫ୍ଲାଟ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଙ୍ଘନ ହୁଏ ତେବେ ସେହି କ୍ଷେତ୍ରରେ ଆସୋସିଏସନ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.