ନୂଆଦିଲ୍ଲୀ : ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ କର୍ମଫଳ ଦାତା ଓ ନ୍ୟାୟର ଦେବତା କୁହାଯାଏ। ଶନିର ରାଶି ଓ ନକ୍ଷତ୍ର ପରିବର୍ତ୍ତନ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଶନିର ରାଶି ଓ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ସବୁ ୧୨ ଟି ରାଶିର ଜାତକ ଉପରେ ପଡ଼ିଥାଏ। ଶନି ଏହି ମାସରେ ୧୩ ମାର୍ଚ୍ଚକୁ ମୀନ ରାଶିରେ ଅସ୍ତ ହୋଇ ଥିଲେ। ଜ୍ୟୋତିଷବିତଙ୍କ ଅନୁସାରେ ,ଶନିର ଅସ୍ତ ହେବା ପର ଠାରୁ କିଛି ରାଶିର ଜାତକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ, କିନ୍ତୁ ଏବେ ଶନି ଉଦୟ ହେବାକୁ ଯାଉଛନ୍ତି। ୨୨ ଅପ୍ରେଲରେ ଶନିର ଉଦୟ ମୀନ ରାଶିରେ ହିଁ ହେବ।

ଶନିର ଉଦୟ ହେବା କ୍ଷଣି ଏହି ସବୁ ରାଶିର ଜୀବନରେ ପୁଣି ଚମକତା ଆସିବ। ଆର୍ଥିକ ମାମଲାରେ ଲାଭ ହୋଇପାରେ। ଆସନ୍ତୁ ଜାଣିବା ଯେ, ଶନିର ଉଦୟ ହେବା କେଉଁ କେଉଁ ରାଶି ପାଇଁ ଫଳପ୍ରଦ ହେବ।

ବୃଷଭ ରାଶି : ବୃଷଭ ଶୁକ୍ରର ରାଶି। ଏହି ରାଶିର ଜାତକର ଧନର ସ୍ଥିତିରେ ସୁଧାର ଆସିପାରେ। ସରଳତାରେ ଧନ ମିଳି ପାରେ। ଆମଦାନୀରେ ବୃଦ୍ଧି ଘଟି ପାରେ। ଖର୍ଚ୍ଚ ହ୍ରାସ ହୋଇ ପାରେ। ଯୋଜନା ସବୁ ଧିରେ ଧିରେ ସଫଳ ହୋଇପାରେ। ଦୀର୍ଘ ଦିନରୁ ସ୍ଥଗିତ କାମ ପୂରା ହୋଇପାରେ। ପରିବାରର ସଂପୂର୍ଣ୍ଣ ସହଯୋଗ ମିଳି ପାରେ।

ମିଥୁନ ରାଶି : ମିଥୁନ ବୁଧର ରାଶି। ଶନିର ଉଦୟ ହେବା ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ବଡ଼ ହିଁ ଶୁଭ ମନେ କରାଯାଏ। କ୍ୟାରିୟର-ବ୍ୟବସାୟରେ ଲାଭର ସମ୍ଭାବନା ମଜବୁତ ହୋଇପାରେ। ପରିଶ୍ରମ କରୁଥିବା ଲୋକଙ୍କୁ ଭଲ ଫଳ ମିଳିପାରେ। ମାନସିକ ସନ୍ତୁଳନ ଭଲ ରହିପାରେ।ନିବେଶ ପାଇଁ ଏହି ସମୟ ବଡ଼ ଅନୁକୂଳ ରହିପାରେ। ପ୍ରଥମ ନିବେଶ ଲାଭ ଦେଇପାରେ।

ମକର ରାଶି : ମକରା ରାଶି ଦେବଙ୍କର ହିଁ ରାଶି। ଏଥିରେ ଉଦୟବାନ ଶନି ମକର ରାଶିର ଉନ୍ନତିର ଦ୍ୱାର ଖୋଲିପାରେ। ଦୀର୍ଘ ଦିନରୁ ଅଟକି ଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହୋଇ ପାରେ। କୌଣସି ନୂଆ କାମ କିମ୍ୱା ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ,ତ ଏହି ସମୟ ଭଲ ରହିବା ପରି। ସମାଜରେ ଆପଣଙ୍କର ସ୍ଥିତି ଉଚ୍ଚ ରହିପାରେ। ନୂଆ ଘର , ଗାଡ଼ି ଓ ସଂପତ୍ତି କ୍ରୟ କରି ପାରନ୍ତି।