ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସ୍ପର୍ମ ଡୋନରଙ୍କୁ ପ୍ରେମ କରି ଅଡ଼ୁଆରେ ପଡ଼ିଲେ ମହିଳା , କହିଲେ ନିଜ ବ୍ୟକ୍ତିଗତ ଜୀବନର ସେ ଦୁଃଖଦ କଥା

Published By : Prameya | November 19, 2024 9:23 PM

ନୂଆଦିଲ୍ଲୀ : ଜର୍ମାନୀରେ ୩୯ ବର୍ଷିୟା ଏନିକା ଓ ରିୟାଲିଟି ଟିଭି ଷ୍ଟାର କାଇଲ ଗାର୍ଡିଙ୍କ ମଧ୍ୟରେ ଏକ ସୁନ୍ଦର ସଂପର୍କ ଗଢି ଉଠି ଥିଲା। ଗାର୍ଡି , ଯିଏ କି ଜଣେ ପ୍ରସିଦ୍ଧ ସ୍ପର୍ମ ଡୋନର। ସେ ଏନିକାଙ୍କୁ  ରିଆଲିଟି ଶୋ’ ୯୦ ଡେ ଫିୟନ୍ସେ ବେଳେ ଭେଟି ଥିଲେ। ପ୍ରଥମେ ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଏହାପରେ ଏହା ପ୍ରେମର ରୂପ ନେଇ ଥିଲା। କିନ୍ତୁ ସମୟ ଯେତିକି ଯେତିକି ବିତି ଚାଲି ଥିଲା, ଏନିକାଙ୍କୁ ଅନୁଭବ ହୋଇଥିଲା କି, ଏହି ସଂପର୍କ ତାଙ୍କ ପାଇଁ ଠିକ୍‌ ନୁହେଁ। 

ଏନିକାଙ୍କୁ ସେତେବେଳେ ଖୁବ୍‌ ଗଭୀର ଧକ୍କା ଲାଗିଲା , ଯେତେବେଳେ ସେ ଜାଣି ପାରିଲେ ଯେ, ଗାର୍ଡି ତାଙ୍କୁ ଭେଟିବାର କେବଳ ସପ୍ତାହେ ପୂର୍ବରୁ ହିଁ କୌଣସି ଅନ୍ୟ ମହିଳାଙ୍କୁ ଇନ ପର୍ସନ  ସ୍ପର୍ମ ଡୋନେସନ ଦେଇଥିଲେ। ଇନ-ପର୍ସନ  ସ୍ପର୍ମ ଡୋନେସନର ଅର୍ଥ ଏହା ଥିଲା ଯେ ଗାର୍ଡି ସ୍ପର୍ମ ଡୋନେସନ ପାଇଁ ଆଇଭିଏଫ୍‌ ବା ମେଡିକାଲ ପ୍ରକ୍ରିୟା ପରିବର୍ତ୍ତେ ବ୍ୟକ୍ତିଗତ ଭାବେ ଶାରୀରିକ ସମ୍ୱନ୍ଧ ରଖି ମହିଳାଙ୍କୁ ଗର୍ଭ ଧାରଣରେ ସାହାଯ୍ୟ କରୁଥିଲେ। 

ଏହି କଥା ଏନିକାଙ୍କ ପାଇଁ ଅସ୍ୱୀକାର୍ଯ୍ୟ ଥିଲା ଏବଂ ଏହା ତାଙ୍କର ସଂପର୍କରେ ଗଭୀର ପ୍ରଭାବ ପକାଇ ଥିଲା। ଏନିକା କହିଥିଲେ , ଆରମ୍ଭରେ ମୋତେ ଲାଗିଲା ଯେ, ସେ ଲୋକଙ୍କ ସାହାଯ୍ୟ ପାଇଁ ଏହି କାମ କରୁଛନ୍ତି। କିନ୍ତୁ ପରେ ମୋତେ ଅନୁଭବ ହେଲା ଯେ, ସେ ଏହି କାମ ଆଳରେ  ଅୟସ ଆରାମର ଜୀବନ ବିତାଉଛନ୍ତି। 

ଗାର୍ଡିଙ୍କ ସାଧାରଣ ଶିଷ୍ଟାଚାର ଓ ବ୍ୟବହାର ଶୈଳୀର ଅଭାବ ଏହି ସଂପର୍କକୁ ଆହୁରି ମୁସ୍କିଲ କରି ଦେଲା। ଏନିକା କହିଛନ୍ତି କି, ଗାର୍ଡି କେବେ କାର୍‌ର ଜୋରର ଖୋଜୁ ନଥିଲେ କି, ସେ ଚୌକିକୁ ସ୍ଲାଇଡ୍‌ କରୁ ଥିଲେ। ଏହାସହ ସାର୍ବଜନିକ ସ୍ଥାନରେ ତାଙ୍କର ଅଜବ ହରକତ, ଯେମିତି କି ନିଜର ପ୍ୟାଣ୍ଟ ଠିକ୍‌ କରିବା, ଏନିକାଙ୍କୁ ଅସହ୍ୟ କରି ଦେଉ ଥିଲା। 

ଗାର୍ଡିଙ୍କର ସବୁଠୁ ଅଜବ ଉପାୟ ଥିଲା ତାଙ୍କର ‘ପଏଣ୍ଟ ସିଷ୍ଟମ’, ଯେଉଁଥିରେ ସେ ଏନିକାଙ୍କ ବ୍ୟବହାରକୁ ନେଇ ପଏଣ୍ଟ ଦେଉଥିଲେ। ପଏଣ୍ଟ କମ୍‌ ହେବାରେ ସେ ତାଙ୍କୁ କିସ୍‌ କରିବାକୁ ମଧ୍ୟ ମନା କରି ଦେଇ ଥିଲେ। ୮ ମାସର ବାହାଘର ପରେ ଏନିକା, ଗାର୍ଡିଙ୍କ ଠାରୁ ସଂପର୍କ ଭାଙ୍ଗି ଦେଲେ। କାରଣ ଗାର୍ଡି ସ୍ପଷ୍ଟ କରିଥିଲେ କି ସେ ଅନ୍ୟ ମହିଳାଙ୍କୁ ସ୍ପର୍ମ ଡୋନେଟ୍‌ କରିବା ଜାରି ରଖିବେ। 

ଯେଉଁଠି ଏନିକା ଏହି ସଂପର୍କକୁ ଏକ ଖରାପ ସ୍ୱପ୍ନ ଭାବି ଦୂରେଇ ଯାଇ ଥିବା ବେଳେ ,ସେପଟେ ଗାର୍ଡିଙ୍କ ଆଶା ରହିଛି କି ସେ ଭବିଷ୍ୟତରେ ତାଙ୍କର ସତ ପ୍ରେମ ନିଶ୍ଚୟ ପାଇବେ। ତାଙ୍କ ମତରେ ଯଦି ସେ ନିଜର ଡୋନେସନର ମାତ୍ରାକୁ କମ୍‌ କରି ଦେବେ , ତ ସେ କୌଣସି ସଂପର୍କକୁ ପ୍ରାଥମିକତା ଦେଇ ପାରିବେ।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.