ନୂଆଦିଲ୍ଲୀ ୧୫/୦୪: ୨୦୨୨ରେ ବଡ଼ ପରଦାକୁ ଆସିଥିଲା ଆୟାନ ମୁଖାର୍ଜୀଙ୍କ ମହତ୍ୱାକାଂକ୍ଷୀ ଫାଣ୍ଟାସି ଫିଲ୍ମ ‘ବ୍ରହ୍ମାସ୍ତ୍ର: ଭାଗ-୧’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଣବୀର କପୁର, ଆଲିୟା ଭଟ୍ଟ ଓ ଅମିତାଭ ବଚ୍ଚନ । ସେବେଠୁ ଏହାର ୨ୟ ଭାଗକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ । ସଦ୍ୟ ରିପୋର୍ଟରେ ଏ ନେଇ ବଡ଼ ଖବର ଆସିଛି । ଯଦିଓ ରଣବୀର ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଫିଲ୍ମର ସିକ୍ୱେଲର ପ୍ରସ୍ତୁତି ଚାଲିଛି, ଏବେ ଏହାର ପ୍ରଯୋଜକ ନମିତ ମଲହୋତ୍ରା ସଙ୍କେତ ଦେଇଛନ୍ତି, ରଣବୀରଙ୍କ ବର୍ତ୍ତମାନର ପ୍ରୋଜେକ୍ଟ ‘ରାମାୟଣ’ ଶେଷ ହେବା ପରେ ଫିଲ୍ମ ‘ବ୍ରହ୍ମାସ୍ତ୍ର: ଭାଗ-୨’ର ସୁଟିଂ ଆରମ୍ଭ ହେବ ।
ନିକଟରେ ଲାସ ଭେଗାସରେ ଅଭିନେତା ୟଶଙ୍କ ସହ ନମିତ ଏକ ସିନେମା ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ସେମାନେ ‘ରାମାୟଣ’ ପାଇଁ ବିଶ୍ୱସ୍ତରରେ ପ୍ରମୋସନ୍ ଆରମ୍ଭ କରିଛନ୍ତି । ଏ ଅବସରରେ ନମିତ କହିଥିଲେ, ‘ବ୍ରହ୍ମାସ୍ତ୍ର-୨’ ଜରିଆରେ ଫାଣ୍ଟାସି ପ୍ରୋଜେକ୍ଟର ଧାରାକୁ ସେ ଆଗକୁ ବଢ଼ାଇବେ । ତେବେ ଏ ନେଇ ଅଦ୍ୟାବଧି ଔପଚାରିକ ଘୋଷଣା ହୋଇନାହିଁ । ସିକ୍ୱେଲରେ ପଛ କାହାଣୀ ଏବଂ ଦେବ ଓ ଅମୃତାଙ୍କ ପ୍ରେମ କାହାଣୀ ପ୍ରଦର୍ଶିତ ହେବ । ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏବେ ‘ୱାର୍-୨’ରେ ବ୍ୟସ୍ତ ଅଛନ୍ତି । ଏହାର ରିଲିଜ୍ ପରେ ସେ ‘ବ୍ରହ୍ମାସ୍ତ୍ର-୨’ର ପ୍ରାକ୍-ପ୍ରଯୋଜନା କାମ ଆରମ୍ଭ କରିବେ ।
ଆହୁରି ପଢ଼ନ୍ତୁ...ଉଭୟ 'ଧୁରନ୍ଧର' ଫିଲ୍ମର ସାମୂହିକ ଆୟ ୩୦୦୦କୋଟି ଟଙ୍କା ଟପିଲା