ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଧାନସଭାରେ ଅଚଳାବସ୍ଥା ଜାରି, ବିରୋଧୀଙ୍କ ଜରଦାର୍ ହଙ୍ଗାମା ଯୋଗୁଁ ଗୃହ ମୁଲତବୀ

Published By : Rasmita Pradhan | March 10, 2025 11:07 AM

ଭୁବନେଶ୍ଵର, ୧୦/୦୩ : ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଅଚଳାବସ୍ଥା ଜାରି। ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିବା ଅଧିବେଶନରେ ଜୋରଦାର୍ ହଙ୍ଗାମା। ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ। ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି। ହଙ୍ଗାମା ଯୋଗୁଁ ଚାଲିପାରିଲାନି ଗୃହ। ୧୨ଟା ୯ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। 

ସୂଚନାନୁଯାୟୀ, ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡି ସଦସ୍ୟମାନେ ବିଧାନସଭାରେ ହଙ୍ଗାମା କରିଛନ୍ତି। ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି। ସେହିଭଳି ନାରୀ ନିର୍ଯାତନା ଅଭିଯୋଗରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। 

ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ। ରାଜ୍ୟରେ ୮ ମାସରେ ୧୬୦୦ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ବିଧାୟକ ମାନେ ଦାବି କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ଘର ଭିତରୁ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.