ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଘର ଭିତରୁ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Rasmita Pradhan | March 10, 2025 10:45 AM

ଫତେଗଡ଼, ୧୦/୦୩ : ଘର ଭିତରୁ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟ ଏକ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟ ଏକ ଘର ଭିତରୁ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ସମ୍ପର୍କ ଯୋଗୁଁ ୨ ପୁଅଙ୍କୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ପୋଲିସ ନାବାଳକଙ୍କ ବାପା ପ୍ରକାଶ ମହାନ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି। 

ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି। ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅ ୧୪ ବର୍ଷ ହୋଇଥିଲାବେଳେ ସାନପୁଅ ୧୧ ବର୍ଷ। ୩ ବର୍ଷ ତଳେ ପ୍ରକାଶଙ୍କ ସ୍ତ୍ରୀ କୁମ ମୃତ୍ୟୁ ହୋଇଥିଲା। ତେଣୁ ସେ ଦ୍ଵିତୀୟ ବିବାହ କରବାକୁ ପ୍ରକ୍ରିୟା ଚଳାଇଥିଲେ। ଗତକାଲି ତାଙ୍କ ପାଇଁ ପ୍ରସ୍ତାବ ଆସିଥିଲା। ଏହାପରେ ପ୍ରକାଶଙ୍କ ଦୁଇ ପୁଅ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ନାବାଳଙ୍କ ଜେଜେ କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ମେଡିସିନ୍ ଦୋକାନ ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ଦୋକାନୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.