ମୁମ୍ୱାଇ,୦୭/୦୪:  ପ୍ରାୟ ୧୪ ବର୍ଷ ପରେ ପୁଣି ଥରେ ଏକାଠି ହୋଇଛନ୍ତି  ପ୍ରିୟଦର୍ଶନ ଏବଂ ଅକ୍ଷୟ କୁମାର । ହରର-କମେଡି ଫିଲ୍ମ  'ଭୂତ ବଙ୍ଗଲା' ସହିତ ବକ୍ସ ଅଫିସରେ କରିବାକୁ ଯାଉଛନ୍ତି ଧମାକା । ଫିଲ୍ମଟି ଆସନ୍ତା ୧୬ ତାରିଖରେ ରିଲିଜ ହେବାକୁ ଥିବାବେଳେ ଏହା ପୂର୍ବରୁ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଛି । ଗତକାଲି ଅର୍ଥାତ ଏପ୍ରିଲ ୬ରେ ଟ୍ରେଲର ରିଲିଜ ହୋଇଛି । ହରର କମେଡିରେ ଭରପୁର  ଏହି ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଲୋକେ ବେଶ ପସନ୍ଦ କରୁଛନ୍ତି ।
୩.୦୩ ସେକେଣ୍ଡର ଟ୍ରେଲରରେ ଅକ୍ଷୟ ଏକ ବଙ୍ଗଳାରେ ଏଣ୍ଟ୍ରି କରୁଥିବାର ନଜର ଆସିଛି। ଏହି ଜଙ୍ଗଲକୁ ପିଶାଚ ବଣ କୁହାଯାଏ । ପରେଶ ରାୱଲ ବଙ୍ଗଳା ରହସ୍ୟ ନେଇ ଅକ୍ଷୟଙ୍କୁ ଚେତାବନୀ ଦେବାକୁ ଚେଷ୍ଟା କରନ୍ତି । ହେଲେ ଅକ୍ଷୟ ଶୁଣନ୍ତି ନାହିଁ । ସେ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ଅସରାନୀ କୁହନ୍ତି ମଙ୍ଗଳପୁରରେ କେହି ବିବାହ କରନ୍ତି ନାହିଁ । ଏଠାରେ ବଧୁଶୂର ନାମକ ଏକ ବ୍ୟକ୍ତି ରୁହେ । ଟ୍ରେଲରର ଶେଷରେ ବଧୁଶୂର ତାଙ୍କ ନିଦ ଭାଙ୍ଗିଦିଏ । ଯାହା ପରେ କଣ ହୁଏ ତାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡିବ । ଏଥିରେ ଅକ୍ଷୟ କୁମାର ପୁଣି ପୁରୁଣା କମେଡି ଅନ୍ଦାଜରେ ଫେରିଛନ୍ତି । ଯାହାକୁ ଫ୍ୟାନ୍ସ ପ୍ରଶଂସା କରିବା ସହ ଫିଲ୍ମ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

ଆହୁରି ପଢନ୍ତୁ-ଥାଲାପତିଙ୍କ ସହ ଡେଟିଂ ଗୁଜବ ମଧ୍ୟରେ ସାମ୍ନାକୁ ଆସିଲା ତ୍ରିଶାଙ୍କ ପୋଷ୍ଟ, ଲେଖିଲେ-‘ପ୍ରେମ ବିନା ସବୁ ବେକାର’​​​​​​​

ପ୍ରକାଶ ଥାଉକି, 'ଭୂତ ବଙ୍ଗଲା'ବାଲାଜୀ ଟେଲିଫିଲ୍ମସ ଏବଂ କ୍ୟାପ୍ ଅଫ୍ ଗୁଡସ୍ ଫିଲ୍ମ ଦ୍ୱାରା ପ୍ରସ୍ତୁତ ହେଉଛି । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଶୋଭା କପୁର । "ଭୂତ ବଙ୍ଗଳା" ଫିଲ୍ମରେ ଅକ୍ଷୟ କୁମାର, ପରେଶ ରାୱଲ ବ୍ୟତୀତ ତବୁ, ଭାମିକା ଗାବି ଏବଂ ରାଜପାଲ ଯାଦବ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଅସରାନି ମଧ୍ୟ ନଜର ଆସିବେ । ଏହି ବରିଷ୍ଠ ଅଭିନେତା ଗତ ବର୍ଷ ଦେହାନ୍ତ କରିଥିଲେ । ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନ ୨୦୦୭ ମସିହାରେ ହରର କମେଡି 'ଭୁଲ ଭୁଲୈୟା' ସହିତ ବକ୍ସ ଅଫିସରେ ଧମାକା କରିଥିଲେ । ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ବଡ ହିଟ୍ ଫିଲ୍ମ ତାଲିକାରେ ଭୁଲ ଭୁଲେୟା ଅନ୍ତର୍ଭୁକ୍ତ ।