ପୁରୀ, ୧୧।୮ : ଶ୍ରୀମନ୍ଦିର ନୀଳଚକ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀଳଚକ୍ରରୁ ଅଁଳା ବେଢ଼ା ଯାଏଁ ବାନା ବନ୍ଧା ଯାଉଥିବା ବେଳେ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶଙ୍କା ଲାଗି ରହିଛି। ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଉପରେ ଚଢ଼ି ଚୂନରା ସେବକ ବାନା ବାନ୍ଧୁଥିବା ସମୟରେ ଏଭଳି ଘଟରା ଦେଖିବାକୁ ମିଳିଥିଲା। ପରେ ଚୂନରା ସେବାୟତ ମାନେ ପୁନର୍ବାର ବାନା ବନ୍ଧା ନୀତି ସମ୍ପନ୍ନ କରିଥିଲେ। ଏହା ପୂର୍ବରୁ ନିକଟରେ ନୀଳଚକ୍ରରେ ଚିଲ ବସିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।