ଲଣ୍ଡନ : ପାକିସ୍ତାନ ମୁସଲିମ୍ ଲିଗ୍ –ନୱାଜ (ପିଏମଏଲ-ଏନ)ର ନେତା ତଥା ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଭାରତ ଓ ପାକିସ୍ତାନ ସମ୍ୱନ୍ଧରେ ସୁଧାରକୁ ନେଇ ଦେଇଛନ୍ତି ଟିପ୍ପଣୀ । କହିଛନ୍ତି ଏହି ଦୁଇ ଦେଶ ପରସ୍ପର ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବାର ଉପାୟ ଉପରେ କାମ କରିବା ଉଚିତ। ପୁଣି ଥରେ ଶରିଫ୍ ଭାରତ ସହ ସମ୍ୱନ୍ଧ ସୁଧାରିବା କଥା କହିଛନ୍ତି। ସେ କହିଛନ୍ତି କି, ଗୋଟେ ସମୟ ଏମିତି ଆସିବ ଯେବେ ଭାରତ ଓ ପାକିସ୍ତାନ କଥାବାର୍ତ୍ତା କରିବେ। ଏହା ବ୍ୟତୀତ , ସେ ଆତଙ୍କବାଦକୁ ନେଇ ମଧ୍ୟ ବୟାନ ଦେଇଛନ୍ତି।
ଲଣ୍ଡନର ପାର୍କ ଲେନ୍ ସ୍ଥିତ ଫୋର ସିଜନ୍ସ ହୋଟେଲରେ ପାକିସ୍ତାନୀ ଖବର କାଗଜ ଡନକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ନୱାଜ ଶରିଫ ନିଜର ଟିପ୍ପଣୀ ଗୁଡ଼ିକୁ ସାବଧାନତାର ସହ ଦେଇଛନ୍ତି। ସେ କହିଛନ୍ତି, ମୁଁ ଚାହୁଁନାହିଁ କି, ମୋର କୌଣସି ବୟାନରେ ଅସ୍ଥିରତା ସୃଷ୍ଟି ହେଉ। ଦେଶ ପାଇଁ ଏହା ଶେଷ ଜିନିଷ ହେବ , ଯାହା ମୁଁ ଚାହିଁବି।
କହି ରଖୁଛୁ କି , ଭାରତ ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ହେବାକୁ ଥିବା ଚମ୍ପିୟାନ ଟ୍ରଫି ପାଇଁ ନିଜର କ୍ରିକେଟ୍ ଟିମ୍କୁ ପାକିସ୍ତାନ ପଠାଇବାକୁ ମନା କରି ଦେଇଛି। ଭାରତ ୨୦୦୮ ପରେ ନିଜର କ୍ରିକେଟ୍ ଟିମ୍ ପାକିସ୍ତାନ ପଠାଇ ନାହିଁ , ଯେବେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଏସିଆ କପ୍ ପାଇଁ ଗତ ଥର ଆସିଥିଲା।
ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟକୁ ସଂପର୍କ ସୁଧାରିବାର ମାଧ୍ୟମ ଭାବି ନୱାଜ ଶରିଫ କହିଛନ୍ତି , କ୍ରିକେଟ୍ ଏକ ଏମିତି କ୍ଷେତ୍ର ଯାହା ସଂପର୍କ ସୁଧାରିବାରେ ସାହାଯ୍ୟ କରିପାରେ। ମୁଁ କହିଥିଲି କି ଭାରତୀୟ ଟିମ୍କୁ ପାକିସ୍ତାନ ଆସିବା ଉଚିତ୍।
ଭାରତ-ପାକିସ୍ତାନ ସମ୍ୱନ୍ଧର ଜଟିଳ ସ୍ୱଭାବ ଉପରେ ଆଲୋଚନା କରି ସେ କହିଛନ୍ତି , ଆମେ ଦୁଇ ଦେଶ ପଡୋଶୀ ଏବଂ ସର୍ବଦା ଏମିତି ରହିବୁ। ଆମ ମଧ୍ୟରେ ଭଲ ସଂପର୍କ ରହିବା ଉଚିତ। ଯେବେ ସମସ୍ୟା ସୃଷ୍ଟି ହୁଏ , ତ ଆମେ ପରସ୍ପର ସହ ବସି ସୌହାର୍ଦ୍ଦପୂର୍ଣ୍ଣ ଭାବେ କଥା ହେବା ଉଚିତ୍। ନରେନ୍ଦ୍ର ମୋଦିଙ୍କ ଆଉ ଥରେ ପ୍ରଧାନମନ୍ତ୍ରୀ ହେବାରେ ପଠାଇ ଥିବା ଶୁଭେଚ୍ଛା ବାର୍ତ୍ତା ଓ ଭାରତର ନରମ ପ୍ରତିକ୍ରିୟା ଉପରେ ନୱାଜ ଶରିଫ କହିଛନ୍ତି , ସମସ୍ୟା ଗୁଡ଼ିକୁ ସମାଧାନ କରିବାରେ ସର୍ବ ପ୍ରଥମେ ଆତ୍ମବିଶ୍ୱାସ ବଢାଇବାର ପଦକ୍ଷେପ ଉଠାଇବା ଜରୁରୀ । ମୋର ବିଶ୍ୱାସ ଗୋଟେ ସମୟ ଆସିବ ଯେବେ ଭାରତ ଓ ପାକିସ୍ତାନ ନିଜର ସବୁଠୁ କଠିନ ବିଷୟ ଉପରେ ଆଲୋଚନା କରିବେ।
ଭାରତ ଦ୍ୱାରା ପାକିସ୍ତାନ ଉପରେ ଆତଙ୍କବାଦକୁ ସମର୍ଥନ ଦେବାର ଅଭିଯୋଗରେ ସେ କୌଣସି ବିସ୍ତୃତ ଟିପ୍ପଣୀ କରି ନାହାନ୍ତି ଏବଂ କେବଳ ଏତିକି କହିଛନ୍ତି ,ଆମେ ନିଜେ ଆତଙ୍କବାଦର ଶିକାର।