ନୂଆଦିଲ୍ଲୀ ୦୫/୦୪: ଶନିବାର ମୁକ୍ତିଲାଭ କରିଛି ମୃଣାଳ ଠାକୁରଙ୍କ ଅଭିନୀତ ‘ଡକୈତ୍: ଏକ୍ ପ୍ରେମ୍ କଥା’ର ଟ୍ରେଲର୍ । ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଅଦିଭି ଶେଷ । ଏହା ଏକ ରିଭେଞ୍ଜ ଲଭ୍ ଷ୍ଟୋରୀ । ଫିଲ୍ମମେକର୍ ଅନୁରାଗ କଶ୍ୟପ ଏଥିରେ ଖଳନାୟକ ଭାବେ ପରଦାକୁ ଆସିବେ । ଫିଲ୍ମର ରିଲିଜ୍ ତାରିଖ ଗତ ୧୯ ମାର୍ଚ୍ଚ ଥିଲା । କିନ୍ତୁ ‘ଧୁରନ୍ଧର୍-୨’ ଝଡ଼ ଯୋଗୁ ଚଳିତ ମାସ ୧୦ ତାରିଖକୁ ଘୁଞ୍ଚାଇ ଦିଆଗଲା ।

ବେଶ କିଛି ଦିନ ତଳେ ଫିଲ୍ମର ଟିଜର୍ ଆସିଥିଲା, ଯାହା ଦମ୍‌ଦାର ଥିଲା । ଟ୍ରେଲର୍‌କୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ମୃଣାଳ ଓ ଅଦିଭିଙ୍କଠୁ ଟ୍ରେଲର୍ ଆରମ୍ଭ ହେଉଛି । ଦୁହେଁ ବିବାହ କରି ଏକାଠି ରହିବାକୁ ଚାହୁଁଛନ୍ତି । କିନ୍ତୁ ଏକ ଦୁର୍ଘଟଣା ଯୋଗୁ ମୃଣାଳ ଅଦିଭିଙ୍କ ସହ ପ୍ରତାରଣା କରିଛନ୍ତି । ଫିଲ୍ମରେ ଅଦିଭି ନିଜର ଅଧା ଜୀବନ ଜେଲରେ ବିତାଇଛନ୍ତି । କିନ୍ତୁ ଦିନେ ସେଠାରୁ କୌଣସି ପ୍ରକାର ପଳାୟନ କରିଛନ୍ତି । ତା’ପରେ ସେ ମୃଣାଳଙ୍କୁ ଖୋଜି ପାଇଛନ୍ତି । ପରିସ୍ଥିତି ଏମିତି ହୋଇଛି, ଉଭୟ ଚୋରି କରିଛନ୍ତି । ତା’ପରେ ପୁଲିସ ଅଧିକାରୀ ଭୂମିକାରେ ଥିବା ଅନୁରାଗ କଶ୍ୟପଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଛି । ଫିଲ୍ମରେ ପ୍ରେମ ଓ ପ୍ରତିଶୋଧର କାହାଣୀ ରହିଛି । ଟ୍ରେଲର୍‌ରେ ଉଭୟ ମୃଣାଳ ଓ ଅଦିଭିଙ୍କର ଦମ୍‌ଦାର ଆକ୍ସନ୍ ଦେଖିବାକୁ ମିଳିଛି । ଶେନିଲ ଦେବ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ତେଲୁଗୁ ଓ ହିନ୍ଦୀ ଭାଷାରେ ଏହାର ସୁଟିଂ ହୋଇଛି । ଅନେକ ଭାଷାରେ ଏହା ମୁକ୍ତିଲାଭ କରିବ ।

ଆହୁରି ପଢ଼ନ୍ତୁ...ସୋସିଆଲ ମିଡିଆରେ କ୍ରିପ୍ଟିକ ପୋଷ୍ଟ ସେୟାର କଲେ ରୋହିତ ଶେଟ୍ଟୀ, ଲେଖିଲେ" ବାସ୍ତବ ଜୀବନରେ ଚାଲିଛି ଆକ୍ସନ୍-କମେଡି..."