ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଶ୍ୱର ସବୁଠୁ ବିପଜ୍ଜନକ ପିଜ୍ଜା, ଆଗ୍ନେୟଗିରିର ଗରମ ପାଉଁଶ ଉପରେ ହେଉଛି ପ୍ରସ୍ତୁତ

Published By : Krishna Priya | December 14, 2024 8:47 AM

ନୂଆଦିଲ୍ଲୀ ୧୪/୧୨: ଖାଦ୍ୟପ୍ରେମୀମାନେ ଅଧିକାଂଶ ସମୟରେ ବିଭିନ୍ନ ସ୍ଥାନର ସ୍ୱାଦିଷ୍ଟ ଓ ନିଆରା ବ୍ୟଞ୍ଜନର ମଜା ନେବାକୁ ଉଦ୍ୟମ କରିଥାନ୍ତି । ସେମାନଙ୍କ ଲାଗି ଖାଦ୍ୟ କେବଳ ପେଟ ପୂରାଏ ନାହିଁ, ଏହା ମନ ଓ ଆତ୍ମା ଲାଗି ମଧ୍ୟ ଉଦ୍ଦିଷ୍ଟ । କିଛି ସାହସୀ ଲୋକ ତ ଖାଦ୍ୟର ସ୍ୱାଦ ଅପେକ୍ଷା ଖାଉଥିବା ସ୍ଥାନର ଅନୁଭବକୁ ମହତ୍ତ୍ୱ ଦେଇଥାନ୍ତି । ମଧ୍ୟ ଆମେରିକା ସ୍ଥିତ ଗ୍ୱାଟେମାଲା ଏବେ ସେଭଳି ଏକ ଦୁଃସାହସିକ ସ୍ଥାନ ପାଲଟିଛି । ସାରା ବିଶ୍ୱରୁ ବହୁ ଲୋକ ସେଠାକୁ ଆଗ୍ନେୟଗିରି ଉପରେ ସିଧାସଳଖ ପ୍ରସ୍ତୁତ କରାଯାଉଥିବା ପିଜ୍ଜାର ସ୍ୱାଦ ଚାଖିବାକୁ ଆସିଥାନ୍ତି । 

ବିଗତ କିଛି ବର୍ଷ ହେଲା ସେଫ୍‌ ମାରିଓ ଡେଭିଡ୍‌ ଗାର୍ସିଆ ଏକ ଆଗ୍ନେୟଗିରି ଉପରେ ପିଜ୍ଜା ପ୍ରସ୍ତୁତ କରି ତାକୁ ପରଷି ଆସୁଛନ୍ତି । ଏହାକୁ ବିଶ୍ୱର ସବୁଠୁ ବିପପିଜ୍ଜା ବୋଲି ମଧ୍ୟ କୁହାଯାଉଛି । କାରଣ ଏହା ପାରମ୍ପରିକ ଭାବେ କୌଣସି ଓଭନ୍‌ରେ ନୁହଁ, ବରଂ ଏକ ଆଗ୍ନେୟଗିରିର ଗରମ ପାଉଁଶ ଉପରେ ପ୍ରସ୍ତୁତ କରାଯାଇଥାଏ ଯାହାକି ପିଜ୍ଜାକୁ ଏକ ନିଆରା ସ୍ୱାଦ ଦେଇଥାଏ । କିନ୍ତୁ ଏହା ମଧ୍ୟ ବିପଗ୍ୟାସ୍‌ର ସଂପର୍କରେ ଆସିଥାଏ ଯାହାକି ସ୍ୱାସ୍ଥ୍ୟ ପାଇଁ ହାନିକାରକ । 

ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗୀରଣ ଫଳରେ ସୃଷ୍ଟି ହେଉଥିବା ସଲଫର ଡାଇଅକ୍ସସାଇଡ୍‌ ଗ୍ୟାସ୍‌ର ସ୍ତର ଏହି ଅଞ୍ଚଳରେ ବହୁତ ବେଶୀ । ସେହି ଗ୍ୟାସ୍‌ ବାୟୁମଣ୍ଡଳରେ ଘୂରି ବୁଲିଥିବାବେଳେ ବାୟୁର ଗୁଣବତ୍ତାକୁ ଖରାପ କରିଥାଏ । ଏହାସତ୍ତେ୍ୱ ସେହି ସ୍ଥାନକୁ ପିଜ୍ଜାର ସ୍ୱାଦ ନେବାକୁ ଅନେକ ଲୋକଙ୍କ ସୁଅ ଛୁଟୁଛି । ଏପରିକି ଗ୍ୱାଟେମାଲାରେ ଏହା ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଲାଣି । ସେଠାରେ ପର୍ଯ୍ୟଟକମାନେ ସକ୍ରିୟ ଆଗ୍ନେୟଗିରିର ମଧ୍ୟରେ ବସି ପିଜ୍ଜାର ମଜା ନେଇଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.