ନୂଆଦିଲ୍ଲୀ,୨୦।୧୦: କେରଳ ପ୍ରସିଦ୍ଧ ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିରରେ ବ୍ରୋଞ୍ଜ ପାତ୍ର ଚୋରି କରିବା ଅଭିଯୋଗରେ ହରିୟାଣାରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ପୋଲିସ ରବିବାର ସୂଚନା ଦେଇଛି। ସ୍ଥାନୀୟ ଭାଷାରେ ‘ଉରୁଲି’ କୁହାଯାଉଥିବା ପାରମ୍ପାରିକ ବାସନର ଉପଯୋଗ ପ୍ରାଚୀନ ମନ୍ଦିରରେ ପୂଜା ଓ ଅନୁଷ୍ଠାନ ପାଇଁ କରାଯାଉଥିଲା।
ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିନେଇଛି ଓ ହରିୟାଣା ପୋଲିସର ସହଯୋଗରୁ ତାଙ୍କୁ କଷ୍ଟଡିରେ ନିଆଯାଇଛି, କିନ୍ତୁ ସେ ଅଧିକ ସୂଚନା ଦେଇ ନାହାନ୍ତି। ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତଙ୍କ ଭିତରେ ଜଣେ ଡାକ୍ତର ଅଛନ୍ତି, ଯାହାଙ୍କ ପାଖରେ ଅଷ୍ଟେ୍ରଲିଆର ନାଗରିକତା ରହିଛି। ଗତ ସପ୍ତାହରେ ତାଙ୍କ ସହ ଦୁଇ-ତିନି ମହିଳା ଦରଘାକୁ ଯାଇ ପ୍ରାର୍ଥନା କରିଥିଲେ। ଏହି ଅପରାଧ ଗୁରୁବାର ହୋଇଥିଲା।’
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାସନ ଗାଏବ ହୋଇଯାଇଥିବା ନେଇ, ମନ୍ଦିର ଅଧିକାରୀ ପୋଲିସକୁ ସୂଚୀତ କରିଥିଲେ, ଯାହାପରେ ସିସିଟିଭି ଫୁଟେଜର ବିସୃତ ଯାଞ୍ଚ ପରେ ଅଭିଯୁକ୍ତର ଚିହ୍ନଟ ହୋଇଛି। ପରେ ଅଭିଯୁକ୍ତଙ୍କୁ ହରିୟାଣାରୁ ଖୋଜି ବାହାର କରାଯାଇଛି ଓ ସେଠାର ସ୍ଥାନୀୟ ପୋଲିସର ସହାୟତାରେ ତାଙ୍କୁ କଷ୍ଟଡିରେ ନିଆଯାଇଛି।