ସୋରଡ଼ା, ୧୪/୧୧: ଗଞ୍ଜାମ ଜିଲ୍ଲା ସୋରଡ଼ା ମୁଖ୍ୟ ଡାକଘରରେ ଚୋରି। ଗୁରୁବାର ମଧ୍ୟରାତ୍ରିରେ କେହି ଚୋର ଡାକଘର ଝରକା ଭାଙ୍ଗି ଟଙ୍କା ଚୋରି କରିଥିବା ସନ୍ଦେହ । ସକାଳୁ ପୋଷ୍ଟ ମାଷ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ପହଁଚିଲା ପରେ ଚୋରି ଘଟଣା ଜଣାପଡିଛି । ଏନେଇ ପୋଷ୍ଟ ମାଷ୍ଟର ବିନାୟକ ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୋରଡ଼ା ମୁଖ୍ୟ ଡାକଘରରେ ଏପରି ଘଟଣା ପ୍ରଥମ ଥର ଘଟିଥିବାରୁ ସହରରେ ମୁଖ୍ୟ ଆଲୋଚନା ବିଷୟ ହୋଇଛି । ସେପଟେ ଏଠାରେ ସିସିଟିଭି ନଥିବା ବେଳେ ଝରକା କବାଟ ବହୁ ପୁରୁଣା ଏବଂ ଭଙ୍ଗା ଦୋଦୋରା ଭାବେ ରହିଛି। ପୋଷ୍ଟ ମାଷ୍ଟର ବିନାୟକ କିସାନଙ୍କ କହିବା ଅନୁଯାୟୀ, ଏକ ଲକ୍ଷ ଏକାଅଶୀ ହଜାର ନଅ ଶହ ତିରିଷି ଟଙ୍କା ଚୋରି ହୋଇଛି, ଯାହା ଲକରରେ ଥିଲା ବୋଲି କହିଛନ୍ତି।