ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲେବାନନ୍-ସିରିୟା ସୀମାରେ ବୋମା ବର୍ଷା କଲା ଇସ୍ରାଏଲ୍‌, ହିଜବୁଲ୍ଲାକୁ ଲାଗିଲା ଝଟ୍‌କା

Published By : Tapas Panda | January 31, 2025 9:58 PM

Image Courtesy: indianexpress

ନୂଆଦିଲ୍ଲୀ: ହମାସ ସହିତ ଯୁଦ୍ଧ ବିରତି ହୋଇଥିଲେ ସୁଦ୍ଧା ନିଜ ଶତ୍ରୁମାନଙ୍କୁ ତ୍ରାହି ଦେବାକୁ ଚାହୁଁନାହିଁ ଇସ୍ରାଏଲ । ମିଳିଥିବା ସୂଚନା ଅନୁସାରେ,  ଇସ୍ରାଏଲ ବାୟୁ ସେନା ପୂର୍ବ ଲେବାନନ୍‌ରେ ଥିବା ହିଜବୁଲ୍ଲା ଠିକଣା ଉପରେ ଜୋରଦାର ବୋମା ବର୍ଷଣ କରିଛି । ହିଜବୁଲ୍ଲା ଯୁଦ୍ଧାସ୍ତ୍ର ଚୋରାଚାଲାଣ କରୁଥିବା ଠିକଣାକୁ ଇସ୍ରାଏଲ ବାୟୁ ସେନା ଟାର୍ଗେଟ କରିଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ଦେଶର ବାୟୁ ସେନା ଲେବାନନ-ସିରିୟା ସୀମା ପାଖରେ ଥିବା ଏକ ଗାଁ ଉପରେ ଆକ୍ରମଣ କରିଛି । ଯୁଦ୍ଧାସ୍ତ୍ର ଚୋରା ଚାଲାଣ ପାଇଁ ହିଜବୁଲ୍ଲା ବ୍ୟବହାର କରୁଥିବା ଭିତ୍ତିଭୁମିଗୁଡ଼ିକୁ ଧ୍ବଂସ କରି ଦିଆଯାଇଛି । 

ସେପଟେ ଲେବାନନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ସୂଚନାକୁ ଆଧାର କରି ରୟଟର୍ସରେ ଖବର ପ୍ରକାଶ ପାଇଛି ଯେ, ଇସ୍ରାଏଲ ଆକ୍ରମଣରେ ପ୍ରାୟ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛି । ଏହାର ଏକ ଡ୍ରୋନ୍‌ ଇସ୍ରାଏଲ କ୍ଷେତ୍ରରେ ପ୍ରବେଶ କରିଥିବା ଜଣାପଡ଼ିଛି । ଏସବୁ ଘଟଣାକୁ ଦେଖିଲେ, ଆଗକୁ ପୁଣି ଥରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିପାରେ ବୋଲି ଆଶଙ୍କା କରାଯାଉଛି ।  

ଚଳିତ ସପ୍ତାହ ଆରମ୍ଭରେ ଯୁଦ୍ଧ ବିରାମ ବୁଝାମଣାକୁ ଉଲ୍ଲଂଘନ କରିବ ବୋଲି ଧମକ ଦେଇଥିଲା ହିଜବୁଲ୍ଲା । ଏହା ପରେ କୌଣସି ପ୍ରକାର ଆତଙ୍କବାଦୀ ଗତିବିଧିରେ ଲିପ୍ତ ରହିଲେ ହିଜବୁଲ୍ଲାକୁ ଜବାବ ଦିଆଯିବ ବୋଲି କହିଥିଲା ଇସ୍ରାଏଲ । ଇସ୍ରାଏଲ ସେନାର ସୂଚନା ଅନୁସାରେ, ଇସ୍ରାଏଲ ହିତକୁ ଦୃଷ୍ଟି ରଖି ଇସ୍ରାଏଲ ସେନା ଏବେ ବି ଦକ୍ଷିଣ ଲେବାନନ୍‌ରେ ଡେରା ପକାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.