ନୂଆଦିଲ୍ଲୀ: ଅଖିଳେଶ ଯାଦବଙ୍କ ଟାର୍ଗେଟ୍ ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଲକ୍ଷ୍ନୌରେ ଥିବା ଯୋଗିଙ୍କ ସରକାରୀ ବାସଭବନ ତଳେ ଏକ 'ଶିବଲିଙ୍ଗ' ଅଛି, ଏବଂ ଏହାକୁ ଖୋଳି କଢାଯିବାର ଆବଶ୍ୟକତା ରହିଛି। କିଛିଦିନ ତଳେ ସମ୍ଭଲରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ନେଇ କଟାକ୍ଷ କରିଛନ୍ତି ଅଖିଳେଶ ଯାଦବ। 

ଗତ ସପ୍ତାହରେ, ଉତ୍ତରପ୍ରଦେଶର ସମ୍ୱଲରେ ସର୍ଭେ କରାଯାଉଥିବା ସମୟରେ ୧୮୫୭ ବିଦ୍ରୋହର ସମୟର ୨୫୦ ଫୁଟ ଗଭୀର ଏକ ଷ୍ଟେପୱେଲ ମିଳିଥିଲା। ଲକ୍ଷ୍ମଣ ଗଞ୍ଜ ଅଞ୍ଚଳରେ ଥିବା ଏହି ସ୍ଥାନରେ ପ୍ରତ୍ତ୍ନତତ୍ତ୍ୱ ବିଭାଗ ଖନନ କରିବା ପରେ ଷ୍ଟେପୱେଲ ମିଳିଥିଲା। ଏହାର କିଛିଦିନ ପୂର୍ବରୁ ସେହି ସ୍ଥାନରେ ପ୍ରାଚିନ କୃଷ୍ଣ ମନ୍ଦିରର ଧ୍ୱଂସାବଶେଷ ମଧ୍ୟ ମିଳିଥିଲା। 

ତେବେ ରାଜ୍ୟରେ ଏଭଳି ଘଟଣା ନେଇ ଅଖିଳେଶ ଯାଦବ ୟୁପି ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ରାଜ୍ୟରେ ବେରୋଜଗାର ଏବଂ କୃଷି ସଙ୍କଟ ସମେତ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଭ୍ରାନ୍ତ କରିବା ପାଇଁ ଏଭଳି ସର୍ଭେକ୍ଷଣ କରି ଶୋଷଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସବୁ ଜାଗାରେ ଖୋଳିବା ଦ୍ୱାରା ଆମକୁ କୌଣସି ସମାଧାନ ହୋଇପାରିବ ନାହିଁ। ଏଥିପାଇଁ ଆମ ଦେଶରେ ଦେବୋତ୍ତର ଅଧିନିୟମ ରହିଛି। ଯାହା ଏସବୁ ଜିନିଷକୁ ନିଷିଦ୍ଧ କରିଥାଏ ବୋଲି ଅଖିଳେଶ କହିଥିଲେ। ବିଜେପି ଦିଲ୍ଲୀରେ ୧୦ ବର୍ଷ ରହିଲାଣି ୟୁପିରେ ୭ ବର୍ଷ ହେଲେ ବେରୋଜଗାରୀ ସୀମା ସାରା ଦେଶ ସହ ୟୁପିରେ ପାର୍ ହେଲାଣି ବୋଲି ଅଖିଳେଶ କଟାକ୍ଷ କରି ବିଜେପିକୁ କହିଛନ୍ତି।