ନୂଆଦିଲ୍ଲୀ,୧।୪:ମଧ୍ୟପ୍ରଦେଶର ଧାରର ଐତିହାସିକ ଭୋଜଶାଳା ବିବାଦରେ ଏଏସଆଇ ସର୍ଭେ ସମ୍ପର୍କିତ ଆବେଦନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁସଲିମ ପକ୍ଷ ସେମାନଙ୍କର ସମସ୍ତ ଅଭିଯୋଗ ଏବଂ ପ୍ରମାଣ ଦାବି ସହିତ ମଧ୍ୟପ୍ରଦେଶ ହାଇକୋର୍ଟକୁ ଯିବା ଉଚିତ।  ମୌଲାନା କମାଲୁଦ୍ଦିନ ୱେଲଫେୟାର ସୋସାଇଟି ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ହାଇକୋର୍ଟର ଶୁଣାଣି ଉପରେ ସ୍ଥଗିତାଦେଶ ଦେବାକୁ ଅନୁରୋଧ କରିଥିଲା। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏହି ସମୟରେ ଏହି ମାମଲାରେ ହସ୍ତକ୍ଷେପ କରିବାର ଆବଶ୍ୟକତା ଦେଖାଯାଉନାହିଁ। ମୁସଲିମ ପକ୍ଷକୁ ହାଇକୋର୍ଟରେ ପରିସରର ଭିଡିଓଗ୍ରାଫି ସମେତ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ଆପତ୍ତି ଉଠାଇବା ଉଚିତ।

ମାମଲାର ଶୁଣାଣି ବେଳେ ମୁସଲମାନ ପକ୍ଷରୁ ବରିଷ୍ଠ ଆଇନଜୀବି ସଲମାନ ଖୁର୍ସୀଦ ବହୁ ଗୁରୁତ୍ବପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରିଥିଲେ। ସେ କୋର୍ଟଙ୍କ ନିକଟରେ ଦାବି କରିଥିଲେ, ଯେ ମଧ୍ୟ ପ୍ରଦେଶ ହାଇକୋର୍ଟରେ ୨ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଶୁଣାଣିକୁ ଘୁଞ୍ଚାଇ ଦିଆଯାଉ ଓ ସର୍ବେକ୍ଷଣ ସମ୍ପର୍କିତ ଭିଡିଓଗ୍ରାଫି ତଥା ରଙ୍ଗୀନ ଫଟୋ ମସଜିଦ୍ କମିଟିକୁ ଉପଲବ୍ଧ କରାଯାଉ। ଖୁର୍ସୀଦ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବବିତ ସର୍ବେକ୍ଷଣ (ଏଏସ୍ଆଇ)ର ରିପୋର୍ଟ ଉପରେ ତୁରନ୍ତ ଜବାବ ଦେବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା ଓ ପୁରା ସାମଗ୍ରୀ ଉପଲବ୍ଧ କରାନଯାଇ ତରବରିଆ ଭାବରେ ଶୁଣାଣି କରାଯାଇଥିଲା।

ସିଜେଆଇଙ୍କ କଡ଼ା ଟିପ୍ପଣୀ

ଏହି ଯୁକ୍ ଉପରେ ଶୁଣାଣି କରି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ସୁପ୍ରିମକୋର୍ଟଙ୍କୁ ଭରସା ଅଛି ହାଇକୋର୍ଟ ସବୁ ଅଭିଯୋଗ ଉପରେ ଉଚିତ ଭାବରେ ବିଚାର କରିବେ। ଆମକୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ହାଇକୋର୍ଟ ଭିଡିଓଗ୍ରାଫିର ପର୍ଯ୍ୟବେକ୍ଷଣ କରିବେ ଓ  ନ୍ୟାୟର ସିନ୍ଧାନ୍ତ ଅନୁସାରେ, ସବୁ ଅଭିଯୋଗ ଉପରେ ନିଷ୍ପତ୍ତି ନେବ।’ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ପକ୍ଷ ଅଭିଯୋଗ କରନ୍ତି ତେବେ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ।

ଭିଡିଓଗ୍ରାଫି ଓ ସାକ୍ଷ୍ୟ ଉପରେ କ’ଣ କହିଲେ ସୁପ୍ରିମାକୋର୍ଟ ?

ହାଇକୋର୍ଟଙ୍କ ରାୟ ବିରୋଧରେ ମୁସଲମାନ ପକ୍ଷର ଆବେଦନର ଶୁଣାଣି କରି ଜଷ୍ଟିସ ଜୟମାଲ୍ୟ ବାଗଚୀ କହିଛନ୍ତି, ସର୍ଭେ ରିପୋର୍ଟରେ କିଛି ଆପତ୍ତି ରହିଛି। ସେଭଳି କିଛି ଅନ୍ୟ ଆପତ୍ତି ନାହିଁ। ଏଭଳି ସ୍ଥିତିରେ ଭିଡିଓଗ୍ରାଫି କୋର୍ଟରେ ଜଳାଯିବ ଓ ସବୁ ପକ୍ଷ ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇପାରେ।ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଇଲେକ୍ଟ୍ରୋନିକ୍ ଏବଂ ଡକ୍ୟୁମେଣ୍ଟାରୀ ପ୍ରମାଣ ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯିବ।

ଏହି ଆବେଦନ ମୌଲାନା କମାଲୁଦ୍ଦିନ୍ ୱେଲଫେୟାର ସୋସାଇଟି ଦ୍ୱାରା ଦାୟର କରାଯାଇଥିଲା, ଯେଉଁଥିରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ମାର୍ଚ୍ଚ ୧୬ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଥିରେ ବିବାଦୀୟ ଭୋଜଶାଳା ସ୍ଥାନର ଆତ୍ମ-ନିରୀକ୍ଷଣ ପାଇଁ ଅନୁମତି ଦିଆଯାଇଥିଲା। ହିନ୍ଦୁ ଫ୍ରଣ୍ଟ ଫର୍ ଜଷ୍ଟିସ୍ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଥିଲା, ଯେଉଁଥିରେ ସ୍ଥାନଟିକୁ ଦେବୀ ବାଗ୍ଦେବୀ (ସରସ୍ୱତୀ) ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମନ୍ଦିର ଘୋଷଣା କରିବାକୁ ଦାବି କରାଯାଇଥିଲା।

ହିନ୍ଦୁ ପକ୍ଷର ଯୁକ୍ତି

ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ ହାଇକୋର୍ଟ ମୁସଲିମ ପକ୍ଷର ଦାବିକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି, କିନ୍ତୁ କହିଛନ୍ତି ଯେ ଚୂଡ଼ାନ୍ତ ଶୁଣାଣି ସମୟରେ ସମସ୍ତ ଆପତ୍ତି ଉପରେ ବିଚାର କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମସ୍ତ ଆପତ୍ତି ରେକର୍ଡରେ ନିଆଯାଇଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ହାଇକୋର୍ଟ ଭିଡିଓଗ୍ରାଫି ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରିବେ ଏବଂ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ନିଷ୍ପତ୍ତି ନେବେ।

​​​​​​​ଆହୁରି ପଢନ୍ତୁ :