ସୋରଡ଼ା,୨୭/୧୨ : ସୋରଡ଼ା ପୋଷ୍ଟ ଅଫିସରେ ୧୦ଦିନ ହେବ କୌଣସି କାର୍ଯ୍ୟ ହୋଇ ପାରୁନଥିବାବେଳେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗିଲେଣି I କଥା ହେଲେ ଲିଙ୍କ ନାହିଁ ବୋଲି କୁହାଯାଉଛି I ପୋଷ୍ଟ ମାଷ୍ଟର ମେଲ ଯୋଗେ ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ଜଣାଇଥିଲେ ମଧ୍ୟ ବୈଷୟିକ ସମସ୍ୟା ସମାଧାନ ହୋଇପାରୁନି l ଅନ୍ୟପଟେ ଅର୍ଥ ଜମା, ଉଠାଣ, ଚିଠି ଦେଣ, ନେଣ, ସ୍ଥାୟୀ ଜମା ଉଠାଣ ପରି ବହୁତ ସମସ୍ୟା ଦେଖାଦେଇଛି I ଜନସାଧାରଣ ଅତିଷ୍ଠ ହୋଇ ଶନିବାର ସ୍ଥାନୀୟ ଥାନାରେ ପହଂଚି ଗୁହାରି କରିଥିବା ଦେଖାଦେଇଛି I
ଥାନାଧିକାରୀ ମଧ୍ୟ ଡାକ ବିଭାଗର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମାଧାନ କରିବାକୁ କହିଛନ୍ତି I ୨୯ତାରିଖରେ ସମସ୍ୟା ସମାଧାନ ନ ହେଲେ ଜନତା ଧାରଣାରେ ବସିବାକୁ ସଜବାଜ ହେଉଥିବା ଜଣାପଡ଼ିଛି I ଏହି ଡାକ ଘର ଉପରେ ୨୭ଟି ଡାକଘର ନିର୍ଭର କରୁଥିବାବେଳେ ୨ଶହରୁ ଊର୍ଦ୍ଧ୍ବ ଗ୍ରାମର ହଜାରହଜାର ଜନତା ନିର୍ଭର କରନ୍ତି I ୧୦ଦିନ କାର୍ଯ୍ୟ ବନ୍ଦ ସମସ୍ୟା କ’ଣ ହେଉଥିବ ତାହା ଖୁବ ଅନୁମେୟ I