କେତେବେଳେ ସମ୍ପର୍କର ଜଟିଳତା ତ ଆଉ କେତେବେଳେ ଭବିଷ୍ୟତର ଚିନ୍ତା, ସମସ୍ତଙ୍କ ଜୀବନରେ କିଛି ନା କିଛି ଟେନସନ୍ ରହିଥାଏ। କିନ୍ତୁ ଆପଣଙ୍କ ପ୍ଲେଟରେ ଥିବା କିଛି ଜିନିଷ କ’ଣ ଆପଣଙ୍କ ଚାପକୁ ବହୁ ପରିମାଣରେ କମ କରିପାରିବ? କିଛି ପ୍ରାକୃତିକ ଖାଦ୍ୟ ଅଛି ଯେଉଁଥିରେ ଏପରି କିଛି ପୋଷକ ତତ୍ତ୍ୱ ରହିଥାଏ ଯାହା ସ୍ନାୟୁତନ୍ତ୍ରକୁ ଶାନ୍ତ କରିଥାଏ ଏବଂ ମନୋଭାବକୁ ଉନ୍ନତ କରିଥାଏ।
ଆଭାକାଡୋ: ଆଭାକାଡୋରେ ହେଲ୍ଦି ଫ୍ୟାଟ୍, ପୋଟାସିୟମ ଏବଂ ଫୋଲେଟ୍ ଥାଏ, ଯାହା ମସ୍ତିଷ୍କର କାର୍ଯ୍ୟକୁ ଉନ୍ନତ କରିଥାଏ। ଏହା ଡୋପାମିନ୍ ଭଳି ହରମୋନକୁ ବୃଦ୍ଧି କରେ । ପ୍ରତିଦିନ ଗୋଟିଏ ଆଭାକାଡୋ ଖାଇବା ଦ୍ୱାରା ଆପଣ ଅଧିକ ଶାନ୍ତ ଏବଂ ସତେଜ ଅନୁଭବ କରିବେ।
ବାଦାମ: ବାଦାମ ମ୍ୟାଗ୍ନେସିୟମର ଏକ ଭଲ ଉତ୍ସ ଯାହା ସ୍ନାୟୁତନ୍ତ୍ରକୁ ଶାନ୍ତ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଭିଟାମିନ୍ ଇ ମାନସିକ ଥକାପଣ ଦୂର କରେ ଏବଂ ମନୋଭାବକୁ ସ୍ଥିର ରଖେ । ୫ଟି ଭିଜା ବାଦାମ ସହିତ ଦିନ ଆରମ୍ଭ କରନ୍ତୁ।
ଡାର୍କ ଚକୋଲେଟ୍: ଡାର୍କ ଚକୋଲେଟ୍ରେ ଫ୍ଲାଭୋନଏଡ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ମନୋଭାବକୁ ଉନ୍ନତ କରିଥାଏ। ଏହା କର୍ଟିସୋଲ ଭଳି ଚାପ ହରମୋନକୁ ହ୍ରାସ କରିବାରେ ସାହାଯ୍ୟ କରେ। ଯେତେବେଳେ ଆପଣ ବିଷାଦ ଅନୁଭବ କରନ୍ତି, ସେତେବେଳେ ଡାର୍କ ଚକୋଲେଟ୍ ଖାଇବା ଉଚିତ।
କଦଳୀ: କଦଳୀରେ ଟ୍ରିପ୍ଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ, ଯାହା ସେରୋଟୋନିନ୍ ନାମକ ଖୁସି ହରମୋନକୁ ବୃଦ୍ଧି କରେ। ଏହା ସହିତ, ଏଥିରେ ଥିବା ଭିଟାମିନ୍ B6 ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। କଦଳୀ ଖାଇବା ଏକ ଭଲ ବିକଳ୍ପ ହୋଇପାରେ।
ବ୍ଲୁବେରୀ: ବ୍ଲୁବେରୀରେ ଆନ୍ଥୋସାୟାନିନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ମସ୍ତିଷ୍କର କାର୍ଯ୍ୟକୁ ଉନ୍ନତ କରେ ଏବଂ ଚାପ ହ୍ରାସ କରେ। ପ୍ରତିଦିନ ଅଳ୍ପ ପରିମାଣରେ ବ୍ଲୁବେରୀ ଖାଇବା ଆପଣଙ୍କୁ ମାନସିକ ଭାବରେ ସକ୍ରିୟ ଏବଂ ଶାନ୍ତ ରଖେ ।
ପାଳଙ୍ଗ: ପାଳଙ୍ଗରେ ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ ଫୋଲେଟ୍ ଭଳି ପୋଷକ ତତ୍ତ୍ୱ ଭରପୂର ହୋଇଥାଏ, ଯାହା ମସ୍ତିଷ୍କ ରସାୟନକୁ ସନ୍ତୁଳିତ କରିଥାଏ। ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିଥାଏ ଏବଂ ଚିନ୍ତାରୁ ମୁକ୍ତି ଦେଇଥାଏ।