ବ୍ରହ୍ମପୁର, ୦୮/୦୮: ଘରେ ପଶି ଚୋରି କରିବା ବେଳେ ମାଡ଼ି ବସିଲେ ସ୍ଥାନୀୟ ଲୋକେ । ଚୋରକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ । ପରେ ବଡ଼ବଜାର ଥାନା ଜିମା ଦେଲେ । ଚୋର ଜଣକ ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗର ଅଞ୍ଚଳର କହ୍ନେଇ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମପୁର ୱାର୍ଡ- ୧୦ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ରବି ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲା କହ୍ନେଇ । ଘରୁ ଚୋରି କରୁଥିବା ବେଳେ ଚୋରକୁ କାବୁ କରିଥିଲେ ସ୍ଥାନୀୟ ଲୋକେ। ଚୋରର ହାତକୁ ଦଉଡିରେ ବାନ୍ଧି ନିକଟରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ପିଟିଲେ। ପରେ ବଡବଜାର ଥାନା ଜିମା ଦେଲେ ଲୋକେ।