ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୁରକ୍ଷା ଉପକରଣ ବିନା ୧୦୮ ମିଟର ପାହାଡ଼ ଚଢ଼ନ୍ତି

Published By : Anindita Ratha | October 11, 2024 9:07 AM

ନୂଆଦିଲ୍ଲୀ,୧୧/୧୦: ପାହାଡ଼ ଚଢ଼ିବା ଲାଗି ନିରନ୍ତର ଅଭ୍ୟାସ ଓ କଡ଼ା ତାଲିମ ଆବଶ୍ୟକ । ସୁରକ୍ଷାତ୍ମକ ଉପାୟ ଓ ସେଫ୍ଟି ଗିୟର ଜରିଆରେ ଲୋକେ ପାହାଡ଼ ଚଢ଼ିପାରନ୍ତି । ତେବେ, ଚୀନ୍‌ର ଜଣେ ମହିଳା କୌଣସି ସୁରକ୍ଷାତ୍ମକ ଉପାୟ ଓ ସେଫ୍ଟି ଗିୟର ବିନା ୧୦୮ ମିଟର ଉଚ୍ଚ ପାହାଡ଼ ଚଢ଼ିବାରେ ପାରଙ୍ଗମ । କେବଳ ନିଜ ହାତ ସାହାଯ୍ୟରେ ସେ ୩୦ ମହଲା ଅଟ୍ଟାଳିକା ଭଳି ଉଚ୍ଚ ପାହାଡ଼ ଅତି ସହଜରେ ଚଢ଼ିପାରନ୍ତି । ସାଉଥ୍‌ ମର୍ନିଂ ଚାଇନା ପୋଷ୍ଟ୍‌ ଅନୁସାରେ, ଏହି ଅଦ୍ଭୁତ ପ୍ରତିଭା ପାଇଁ ତାଙ୍କୁ ‘ଚାଇନିଜ୍‌ ସ୍ପାଇଡର ଓମ୍ୟାନ୍‌’ର ଟାଇଟଲ ମିଳିଛି । ୪୩ ବର୍ଷୀୟା ଲୁଓ ଡେଙ୍ଗପିନ୍‌ଙ୍କର ଏହି ଅନନ୍ୟ ପ୍ରତିଭା ପଛରେ ମୃତକଙ୍କୁ ପାହାଡ଼ରେ ସମାଧି ଦେବାର ପ୍ରାଚୀନ ମିଆଓ ପ୍ରଥା ରହିଛି । ବାପାଙ୍କ ମାର୍ଗଦର୍ଶନରେ ଲୁଓ ମାତ୍ର ୧୫ ବର୍ଷ ବୟସରୁ ପାହାଡ଼ ଚଢ଼ିବା ଅଭ୍ୟାସ ଜାରି ରଖିଛନ୍ତି । 

ବର୍ତ୍ତମାନ ସେ ନିଜ ଅଞ୍ଚଳର ଏକମାତ୍ର ମହିଳା, ଯିଏକି ବିନା ସୁରକ୍ଷା ଉପକରଣରେ ପାହାଡ଼ ଚଢ଼ିବାରେ ସକ୍ଷମ । ପ୍ରାରମ୍ଭିକ ସମୟରେ ପୁଅଙ୍କ ସହ ପ୍ରତିଯୋଗିତା ଏବଂ ଜୀବିକା ନିର୍ବାହ ଲାଗି ଔଷଧୀୟ ଚେରମୂଳୀ ସଂଗ୍ରହ କରିବା ହିଁ ରକ୍‌ କ୍ଲାଇମ୍ବିଂ ଶିଖିବା ତାଙ୍କ ପାଇଁ ପ୍ରମୁଖ ପ୍ରେରଣାର ସ୍ରୋତ ଥିଲା । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଲୁଓ ଥରେ କହିଥିଲେ, ଲୋକଙ୍କ ଧାରଣା ଯେ ରକ୍‌ କ୍ଲାଇମ୍ବିଂ କେବଳ ପୁଅଙ୍କ ପାଇଁ । କିନ୍ତୁ ମୋ ମତରେ, ପୁରୁଷ ଓ ମହିଳା ସମାନ । ସେଥିପାଇଁ ମୁଁ ଏହା ଶିଖିଲି । ଏହିଭଳି ଭାବେ ଜଣେ ସ୍ପାଇଡର ଓମ୍ୟାନ୍‌ ରୂପେ ମୋର ଯାତ୍ରା ଆରମ୍ଭ ହେଲା । ଅନେକ ପିଢ଼ି ଧରି ମିଆଓ ଲୋକେ ସୁଦୂର ଓ ପାହାଡ଼ିଆ କ୍ଷେତ୍ରରେ ରହୁଥିଲେ ଏବଂ ମୃତକଙ୍କୁ ଉଚ୍ଚ ଚଟାଣରେ ସମାଧି ଦେଉଥିଲେ । ମଧ୍ୟ-ଚୀନ୍‌ରେ ମାନ୍ୟତା ରହିଛି, ମୃତକଙ୍କୁ ଉଚ୍ଚ ସ୍ଥାନରେ ସମାଧି ଦେବା ଦ୍ୱାରା ସେମାନଙ୍କୁ ପୈତୃକ ମାତୃଭୂମିକୁ ଦେଖିବାର ଅନୁମତି ମିଳେ । ସମୟ ସହିତ ମିଆଓ ସମୁଦାୟ କେବଳ ହାତ ସାହାଯ୍ୟରେ ପାହାଡ଼ ଚଢ଼ିବାର କୌଶଳକୁ ଦୃଢ଼ କରିଆସୁଛନ୍ତି । ବର୍ତ୍ତମାନ ଲୁଓ ଏହି ପ୍ରତିଭାକୁ ମନୋରଞ୍ଜନରେ ରୂପାନ୍ତର କରିଛନ୍ତି । ପର୍ଯ୍ୟଟକମାନେ ତାଙ୍କୁ ସେଫ୍ଟି ଗିଅର ବିନା ପାହାଡ଼ ଚଢ଼ିବାକୁ ଅନୁରୋଧ କରନ୍ତି ଏବଂ ତାଙ୍କୁ ପାରିଶ୍ରମିକ ମଧ୍ୟ ଦିଅନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.